ବ୍ଲକ ସ୍ତରୀୟ କେ.ପି.ଏଲ ଉଦଘାଟିତ

କୋରାପୁଟ : କୋରାପୁଟ ଜ଼ିଲ୍ଲା ଦଶମନ୍ତପୁର ବ୍ଲକ ସଦର ମହକୁମା ଠାରେ ଥିବା ହାଇସ୍କୁଲ ପଡିଆ ଠାରେ ଦିନିକିଆ ବ୍ଲକ ସ୍ତରୀୟ କେପିଏଲ 2021  ଭଲି ବଲ ଓ ଫୁଟବଲ ଉଦଘାଟିତ ହୋଇଯାଇଛି। ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ପ୍ରଭୁ ଯାନୀ ସହିତ କୋରାପୁଟ ବିଧାୟକ ରଘୁରାମ ପଡ଼ାଲ ଯୋଗ ଦେଇଥିଲେ। ପଞ୍ଚାୟତ ସ୍ତରରେ ଖେଳୁଥିବା ଭଲ ଖେଳାଳି ମାନଙ୍କୁ ବ୍ଲକ ସହିତ ଜ଼ିଲ୍ଲା ଓ ରାଜ୍ୟ ସ୍ତରରେ ପହଞ୍ଚାଇବା ପାଇଁ କେପିଏଲ ର ମୂଳ ଲକ୍ଷ ବୋଲି କୋରାପୁଟ ବିଧାୟକ କହିଥିଲେ। ସମୁଦାୟ 8 ଟା ଟିମ କୁ ନେଇ ଏହି ଖେଳ ଆୟୋଜିତ କରାଯାଇଥିଲା ବିଜୟୀ ଦଳକୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବ୍ଲକ ସଭାପତି ମହେନ୍ଦ୍ର କୁଲଦୀପ, ପଦ୍ମନାଭ ଯାନୀ, ଭାସ୍କର ମହାନନ୍ଦିଆ, ରାଜେନ୍ଦ୍ର ହିକକା, ପ୍ରତାପ ଖୁସୁ, ଯୁବ ଛାତ୍ର ସମ୍ପାଦକ ଅରୁଣ କୁମାର ରଥନାୟକ ଓ ଗଙ୍ଗାଧର ଖୋସଲା ଯୋଗ ଦାନ କରିଥିଲେ।

Comments (0)
Add Comment