ଟିଟିଲାଗଡ଼ : ଆଲୋକର ପର୍ବ ଦୀପାବଳି ପାଈଁ ସହର ସାରା ଉତ୍ସବମୁଖର ହୋଇ ଉଠିଥାଏ, ଲୋକେ ଆନନ୍ଦରେ ଯିଏ ଯାହାର ଖୁସି ମନାଇ ଥାଆନ୍ତି, କିଏ ଫଟକା ଫଟାଇ ତ କିଏ ଘର ବାହାରେ ସୁନ୍ଦର ରଙ୍ଗୋଲି ଚିତ୍ର ଆଙ୍କି ବିଭିନ୍ନ ଭୋଗରାଗ କରି ପୁଜା ପାଠ କରି ଏହି ପର୍ବ ପାଳନ କରିଥାନ୍ତି । ମାରୱାଡି ଯୁବା ମଞ୍ଚ ପକ୍ଷରୁ ଏଥର ଏକ ନିଆରା ଢଙ୍ଗରେ ଦୀପାବଳି ପାଳନ କରିଛନ୍ତି । ମାରୱାଡି ଯୁବା ମଞ୍ଚ ସଭାପତି ଅମର ଜୈନ ଙ୍କ ସଭାପତିତ୍ବରେ ସରକାରି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ସମସ୍ତ ରୋଗୀ ଏବଂ କାର୍ଯ୍ୟରତ କର୍ମଚାରୀଙ୍କୁ ପ୍ରୋଜେକ୍ଟ ଆନନ୍ଦ ସବକେ ଲିୟେ ଅନ୍ତର୍ଗତ ମିଷ୍ଟାନ୍ନ ବଣ୍ଟନ କରିଚ୍ଛନ୍ତି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଡାକ୍ତର ବିଜୁ ଅଗ୍ରୱାଲ ମଞ୍ଚର ସଦସ୍ୟଙ୍କ ସହ ବୁଲି ବୁଲି ଏହି ବଣ୍ଟନରେ ସାମିଲ ହୋଇଥିବା ବେଳେ ମଞ୍ଚ ଜାତିୟ ଉପସଭାପତି ରିଙ୍କୁ ଅଗ୍ରୱାଲ, ପୂର୍ବ ଅଧ୍ୟକ୍ଷ ପ୍ରକାଶ ଅଗ୍ରୱାଲ, ବିବେକ ଭିର୍ମାବ।ଲ, ଆଶିଷ ଜୈନ, ମହେଶ ଟିବଡେୱାଲ, ରାଜା କମାନୀ, ମନୋଜ ଜୈନ ପ୍ରମୁଖ ଏହି ବଣ୍ଟନ ସମୟରେ ଉପସ୍ଥିତ ଥିଲେ ।