କୋରାପୁଟ : ସରକାରଙ୍କ ତରଫରୁ ବସୁଧା ଯୋଜନା ମାଧ୍ୟମରେ ସମସ୍ତ ଗ୍ରାମକୁ ପାନୀୟ ଜଳର ବନ୍ଦ ବ୍ୟସ୍ତ କରାଯାଇ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉ କରାଯାଉଥିବା ସମୟରେ କୋରାପୁଟ ଜ଼ିଲ୍ଲା ବାସୀଙ୍କ ପାଇଁ ଏହି ସବୁ ଯୋଜନା ପାଲଟିଛି ପ୍ରହସନ। ଏମିତି ଏକ ଘଟଣା ଦେଖିବା ପାଇଁ ମିଳିଛି କୋରାପୁଟ ଜ଼ିଲ୍ଲା ନନ୍ଦପୁର ବ୍ଲକ ଅନ୍ତର୍ଗତ ବିଲାପୁଟ ପଞ୍ଚାୟତ ର ୱାର୍ଡ ନ 12 ର କାକୁଆ ଗାଁ ରେ। ଏହି ଗ୍ରାମରେ ବସବାସ କରନ୍ତି 80 ପରିବାର ଓ ସର୍ବମୋଟ 320 ଗ୍ରାମବାସୀ। ଗ୍ରାମରେ ଥିବା ନଳକୂପ ଗୁଡିକ ଖରାପ ହୋଇପଡିଥିବା ଯୋଗୁ ଗ୍ରାମବାସୀ ନିକଟସ୍ଥ ଜାଲାପୁଟ ଜଳ ଭଣ୍ଡାର ନିକଟରୁ ପିଇବା ପାଣି ସଂଗ୍ରହ କରୁଛନ୍ତି। ଗ୍ରାମରେ ଥିବା ନଳକୂପ ଗୁଡିକୁ ମରାମତି କରିବା ପାଇଁ ବାରମ୍ବାର ପ୍ରଶାସନ ଙ୍କ ନିକଟରେ ଗୁହାରି କରୁଥିଲେ ମଧ୍ୟ କେହି ଶୁଣୁନଥିବା କଥା ଗ୍ରାମବାସୀ ଅଭିଯୋଗ କରୁଛନ୍ତି। ଜ଼ିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଆକର୍ଷଣ କରିବା ସହିତ ଯଥା ସମ୍ଭବ ଅଚଳ ହୋଇପଡିଥିବା ନଳକୂଅ ଗୁଡିକୁ ମରାମତି କରିବା ଗ୍ରାମବାସୀ ଦାବି କରିଛନ୍ତି।