ଗୁମ୍ମା : ରାଜ୍ୟ ସରକାରଙ୍କ ୫-ଟି ମାଧ୍ୟମରେ ଦୁର୍ନୀତିକୁ ପ୍ରଛାହନ ଦେଉନଥିବା ବେଳେ ପଞ୍ଚାୟତ ରାଜ ବିଭାଗ ହେଉଛି ଏକ ପ୍ରମୁଖ ବିଭାଗ । ହେଲେ ଗଜପତି ଜିଲ୍ଲା ଗୁମ୍ମା ବ୍ଲକରେ କାର୍ଯ୍ୟରତ କନିଷ୍ଟ ଯନ୍ତ୍ରୀଙ୍କ ବଦଳି ଦାବିରେ ବିକ୍ଷୋଭ ଓ ବ୍ଲକ ଘେରାଉ। ସୂଚନା ଅନୁସାରେ ସୋମବାର ଗୁମ୍ମା ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ଭୂୟାଁଙ୍କ ନେତୃତ୍ୱରେ ଗୁମ୍ମା ବ୍ଲକର କାର୍ଯ୍ୟରତ କନିଷ୍ଟ ଯନ୍ତ୍ରୀ ଅଜୟ କୁମାର ସାମଲଙ୍କ ବଦଳି ଦାବିରେ ବ୍ଲକ ଘେରାଉ କରି ବିଡ଼ିଓ ଅନୁପ ଅଭିଷେଖ ବେହେରାଙ୍କ ଜରିଆରେ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କ ଉଦେଶ୍ୟରେ ପ୍ରଦାନ କରିଥିଲେ । ଯନ୍ତ୍ରୀଙ୍କ ଦାଇତ୍ଵହୀନ କାର୍ଯ୍ୟ ପୂର୍ବରୁ ଅନେକ ଥର ଖବର କାଗଜ ପ୍ରସାରିତ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଗୁମ୍ମା ବ୍ଲକର ଅନେକ କାର୍ଯ୍ୟରେ ଲାଞ୍ଚନେବା, ବିଳମ୍ବରେ ବିଲ କରିବା, ନିମ୍ନମାନର କାର୍ଯ୍ୟ କରିବା ଏମିତି କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ବ୍ଲକ କାର୍ଯ୍ୟାଳୟରେ ସ୍ଥାନୀୟ ବାସିନ୍ଦା ମାନେ ଜିଲ୍ଲା ପରିଷଦ ସଭ୍ୟ ହିମାଂଶୁ କୁମାର ଲିମ୍ମା, ମୋଣ୍ଟୁ ପାଣି, ରୋହେଲ ପାଣି, ମୋଶେଖ କାର୍ଜି, ପିତ୍ର ଶବର, ଅମିତ ଭୂୟାଁ ଓ ସୁଶାନ୍ତ ପରିଚା ନାରା ଦେଇ ବିକ୍ଷୋଭ ପ୍ରଦର୍ଶନ କରି ଯନ୍ତ୍ରୀଙ୍କ ବଦଳି ଦାବି କରିବା ସହ ବିଡ଼ିଓଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଦାବି ପୂରଣ ନହେଲେ ଆଗାମୀ ଦିନରେ ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ଚେତାବନୀ ଦେଇଛନ୍ତି।ଯନ୍ତ୍ରୀ ଜଣକ କାର୍ଯ୍ୟ ଆରମ୍ଭରୁ ଲାଞ୍ଚ ମାଗିବା ସହ ୧୫% ଟଙ୍କା ନଦେଲେ ବିଲ ୬ମାସ ପରେ ବିଳମ୍ବରେ କରନ୍ତି ବୋଲି ଅଭିଯୋଗ କରିଛନ୍ତି । ଏନେଇ କନିଷ୍ଠ ଯନ୍ତ୍ରୀ ଅଜୟ କୁମାର ସାମଲଙ୍କୁ ବହୁ ଯୋଗାଯୋଗ ପରେ ବି କୌଣସି ଉତ୍ତର ଦେଇନଥିଲେ । ଏଥିରୁ ସ୍ପଷ୍ଟ ପ୍ରମାଣିତ ହୋଇଛି ଯେ ଯନ୍ତ୍ରୀଙ୍କ କିଛି ତ୍ରୁଟି ରହିଛି କାଳେ ପ୍ରକଟ ହେଇଯିବ ସେନେଇଁ ଉତ୍ତର ଦେଇନଥିଲେ ।