ଅଭିନେତା ଅରବିନ୍ଦ ତ୍ରିବେଦିଙ୍କ ବିୟୋଗରେ ଅମିତ ଶାହଙ୍କ ଶୋକ

ନୂଆଦିଲ୍ଲୀ : ଅଭିନେତା ଅରବିନ୍ଦ ତ୍ରିବେଦିଙ୍କ ବିୟୋଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୋକ ବ୍ୟକ୍ତ କରିଛନ୍ତି । ଏନେଇ ଅମିତ ଶାହ ନିଜ ଟ୍ୱିଟର ପେଜ୍ ରେ ଉଲ୍ଲେଖ କରିଛନ୍ତି ଯେ, ରାମାୟଣରେ ଅରବିନ୍ଦ ତ୍ରିବେଦି ନିଜର ଉଚ୍ଚକୋଟିର ଅଭିନୟ ପାଇଁ କେବଳ ଯେ ଚଳଚ୍ଚିତ୍ର ଜଗତରେ ଛାପ ଛାଡି ଯାଇଛନ୍ତି ତାହା ନୁହେଁ, ବରଂ ତାଙ୍କର ଅଭିନୟ ଲୋକଙ୍କ ହୃଦୟରେ ତାଙ୍କୁ ଏକ ସ୍ୱତନ୍ତ୍ର ସ୍ଥାନ ଦେଇଛି । ନିଜର ଉଚ୍ଚକୋଟିର ଅଭିନୟ ଓ ଜନସେବା କାର୍ଯ୍ୟ ପାଇଁ ସେ ସର୍ବଦା ଆମର ସ୍ମୃତି ହୋଇ ରହିବେ । ଏଥି ସହିତ ଶ୍ରୀ ଶାହ ସ୍ୱର୍ଗତ ତ୍ରିବେଦୀଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।

Comments (0)
Add Comment