ଅବକାରୀ ପୋଲିସ ମିଳିତ ଚଢାଉ ବିପୁଳ ମଦ ଜବତ, ୫ଗିରଫ

ପାରଳାଖେମୁଣ୍ଡି, ୫ା୩ : ଗଜପତି ଜିଲ୍ଲା ଅବଗାରୀ ଅଧିକ୍ଷକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ନିଛ୍ରେଦସ କ୍ରମେ ଜିଲ୍ଲା ଅବକାରୀ ବିଭାଗ ଏବଂ ପୋଲିସ ପକ୍ଷରୁ ମୋହନା ଓ ଅଡବା ଥାନା ଅଞ୍ଚଳର ବିରିକୋଟ, ଦମାଦୁଆ, ନାଡିଙ୍ଗ, ପଦାସାହି, ଖପୁରିପଟା ଆଦି ଗ୍ରାମରେ ଚଢାଉ କରାଯାଇ ବିପୁଳ ମଦ ଜବତ କରାଯିବା ସହ ୫ଜଣ ମଦ ବେପାରୀଙ୍କ ଗିରଫ କରାଯାଇଛି । ଗିରଫ ମାନେ ହେଲେ ପଦାସାହିର ଭାସ୍କର ଦଳାଇ, ଖପୁରିପଟାର କୃଷ୍ଣବୀର, କଣ୍ଟେଇକୋଳିର ସନାତନ ନାୟ, ମୋହନାର ସିଚିନ୍ଦ୍ର ନାୟକ ଏବଂ ଦମାଦୁଆର ସାମୁଏଲ ମାଝୀ, ଏହି ଚଞାଉରେ ୩୯ଶହ କେ.ଜି. ମହୁଲି ପୋଚ ନଷ୍ଟ କରାଯାଇଥିବା ବେଳେ ୧୮୯ ଲିଟର ଦେଶୀ ରନ୍ଧା ମଦ, ୫୧ ଲିଟର ଖଜୁରୀ ତାଡି ସହ ମଦ ପ୍ରସ୍ତୁତି ସାମଗ୍ରୀ ଜବତ କରାଯାଇଛି । ଜବତ ମଦର ଆନୁମାନିକ ମୂଲ୍ୟ ଦୁଇଲକ୍ଷ ଟଙ୍କାରୁ ଉର୍ଦ୍ଧହୋଇଥିବା ବେଳେ ସମସ୍ତ ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Comments (0)
Add Comment