ଭୁବନେଶ୍ୱର,: ୧୯୭୫ ମସିହା ଜୁନ ମାସ ୨୫ ତାରିଖ, ଭାରତୀୟ ଗଣତନ୍ତ୍ର ଇତିହାସରେ ଏକ କଳାଦିନ ଥିଲା । ଏହି ଦିନରେ ଲକ୍ଷ ଲକ୍ଷ
ସଂଗ୍ରାମୀମାନଙ୍କୁ ଅତ୍ୟନ୍ତ ଅମାନୁଷିକ ଭାବେ ଜରୁରୀକାଳିନ ପରିସ୍ଥିତି ଲାଗୁ କରାଇ “ମିସା, ଡିଆଇଆର୍ ଏବଂ ଡିଆଇଏସଆଇଆର୍
ଆଇନ” ବଳରେ ଜେଲରେ ଭର୍ତ୍ତୀ କରିଦିଆଯାଇଥିଲା । ଦୀର୍ଘ ୨୧ମାସ ଧରି ଏହି ବନ୍ଦୀମାନଙ୍କୁ ଅକଥନୀୟ ଅତ୍ୟାଚାରର ସମ୍ମୁଖୀନ
ହେବାକୁ ପଡିଥିଲା । ଭାରତବର୍ଷର ବହୁ ରାଜ୍ୟରେ ଏହି ମହାନ୍ ସଂଗ୍ରାମୀମାନଙ୍କୁ ସମ୍ମାନ ଜଣାଇ ସାମାଜିକ ଓ ଆର୍ଥୀକ ଭାବେ ପେନ୍ସନ୍ ରାଶି ପ୍ରଦାନ କରାଯାଉଛି ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି । ଆଜି ଆମ ଓଡିଶା ପାଇଁ ଏକ ଖୁସିର ମୁହୂର୍ତ୍ତ ମୁଖ୍ୟମନ୍ତ୍ରୀ
ମୋହନ ଚରଣ ମାଝୀ ଓଡିଶାରେ ଜରୁରୀକାଳିନ ପରିସ୍ଥିତି ସମୟରେ ବନ୍ଦୀ ଜୀବନ କଟାଇଥିବା ସଂଗ୍ରାମୀମାନଙ୍କୁ ସମ୍ମାନ ଜଣାଇ ମାସିକ
୨୦ହଜାର ଟଙ୍କାର ପେନ୍ସନ୍ ରାଶି ପ୍ରଦାନ ସହିତ ସମସ୍ତଙ୍କର ସ୍ୱାସ୍ଥ୍ୟଗତ ଖର୍ଚ୍ଚ ମାଗଣାରେ ଓଡିଶା ସରକାର ବହନ କରିବେ ବୋଲି
ବିଧିବଦ୍ଧ ଭାବେ ଲାଗୁ କରିଛନ୍ତି । ଦେଶ ମାତୃକାର ସେବା ପାଇଁ ବଳିଦାନ ଦେଇଥିବା ସଂଗ୍ରାମୀମାନଙ୍କୁ ଭାରତୀୟ ଜନତା ପାର୍ଟି ସବୁ ସମୟରେ ସମ୍ମାନ ଜଣାଇଥାଏ । ଏହି କ୍ରମରେ “ମିସା” ବନ୍ଦୀମାନଙ୍କୁ ସଂଗ୍ରାମୀ ଆଖ୍ୟା ଦେଇ ସମ୍ମାନିତ କରିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ
ଚରଣ ମାଝୀ ଓ ବିଜେପି ସରକାରକୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଛନ୍ତି ରାଜ୍ୟ ସଭାପତି ଶ୍ରୀ ସାମଲ ।