ପ୍ରବାସୀ ଭାରତୀୟଙ୍କ ପାଇଁ ଓମ୍‌ଫେଡ୍ ପକ୍ଷରୁ ବ୍ୟାପକ ଆୟୋଜନ

ଭୁବନେଶ୍ୱର,: ଆଜିଠାରୁ ଆରମ୍ଭ ହେଉଛି ପ୍ରବାସୀ ଭାରତୀୟ ଦିବସ-୨୦୨୫ । ଏହି ଉତ୍ସବ ଦୀର୍ଘ ୩ ଦିନ ଧରି ଚାଲିବ । ୧୪୦ ଦେଶରୁ ଆସୁଥିବା ପ୍ରାୟ ୭ ହଜାର ପ୍ରବାସୀ ଭାରତୀୟ ରାଜଧାନୀ ଭୁବନେଶ୍ୱରରେ ରହିବେ । ସେହି ପ୍ରବାସୀ  ଭାରତୀୟଙ୍କ ପାଖରେ ଓମ୍‌ଫେଡ୍‌
ଉତ୍ପାଦ ପହଞ୍ଚାଇବା ପାଇଁ ଓମ୍‌ଫେଡ୍‌ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରବାସୀ ଭାରତୀୟମାନଙ୍କୁ
ଭୁବନେଶ୍ୱର, ପୁରୀ, କଟକ ଓ ଏହାର ଆଖପାଖ ଅଞ୍ଚଳରେ ଥିବା ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲାଇବାର ବ୍ୟବସ୍ଥା କରାଯାଇଛି । ଯେଉଁ
ଯେଉଁ ପର୍ଯ୍ୟଟନସ୍ଥଳଗୁଡିକୁ ପ୍ରବାସୀ ଭାରତୀୟମାନେ ଯିବେ, ସେହିସବୁ ସ୍ଥାନରେ ଓମ୍‌ଫେଡ୍ ଉତ୍ପାଦ ପ୍ରଦର୍ଶନ କରିବା ସହ ବିକ୍ରି ପାଇଁ ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱର ସମେତ ପୁରୀ ଓ କଟରେ ଓମ୍‌ଫେଡ୍ ପକ୍ଷରୁ ମୋଟ ୨୧ଟି ଷ୍ଟଲ ଖୋଲାଯାଇଛି । ସେଥିମଧ୍ୟରୁ
ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି, ମୁକ୍ତେଶ୍ୱର ମନ୍ଦିର, ରାଜାରାଣୀ ମନ୍ଦିର ପ୍ରାଙ୍ଗଣ, କଳାଭୂମି, ନନ୍ଦନକାନନ ଇତ୍ୟାଦି । ସେହିପରି ପୁରୀମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ପାଖ, ସାତପଡା, କୋଣାର୍କ, ରାମଚଣ୍ଡୀଙ୍କ ମନ୍ଦିର ପାଖ, ରଘୁରାଜପୁର, ବ୍ଲୁ ଫ୍ଲାଗ ବିଚ୍ । କଟକ ଓ ଯାଜପୁର ଜିଲ୍ଲାର
ମାରିଟାଇମ ମ୍ୟୁଜିୟମ ଏବଂ ସିଲଭର ସିଟି ବୋଟ୍ କ୍ଲବ । ଏହା ବ୍ୟତୀତ ଏକାମ୍ର ଉତ୍ସବ ଅବସରରେ ମଧୁସୂଦନ ପାର୍କ, ଇନ୍ଦିରା ଗାନ୍ଧୀ ପାର୍କ, ବୁଦ୍ଧ ଜୟନ୍ତୀ ପାର୍କ, ଫରେଷ୍ଟ ପାର୍କ ଏବଂ ଏପିଜେ ଅବଦୁଲ୍ କାଲାମ ପାର୍କରେ ପ୍ରଦର୍ଶନୀ ସହ ବିକ୍ରି ପାଇଁ ଷ୍ଟଲ ଖୋଲାଯାଇଅଛି । ସେହିପରି
ଆଦିବାସୀ ମେଳା ପାଇଁ ୟୁନିଟ୍‌୧ପ୍ରଦର୍ଶନୀ ପଡିଆରେ ମଧ୍ୟ ଓମ୍‌ଫେଡ୍ ନିଜର ଷ୍ଟଲ ଖୋଲି ସେଠାରେ ପ୍ରଦର୍ଶନୀ ସହ ବିକ୍ରି କରିବା ପାଇଁ ବ୍ୟବସ୍ଥା କରିଅଛି । ରାଜ୍ୟ ବାହାରୁ ଆସୁଥିବା ପ୍ରବାସୀ ଭାରତୀୟମାନଙ୍କୁ ସ୍ୱାଗତ ଓ ଅଭିନନ୍ଦନ ଜଣାଇବା ସହ ତାଙ୍କ ନିକଟରେ ଓଡିଆ ଅସ୍ମିତାର ପ୍ରତୀକ ଓମ୍‌ଫେଡ୍‌ର ପ୍ରତ୍ୟେକ ଉତ୍ପାଦ ପହଞ୍ଚାଇବା ପାଇଁ ଆମେ ପ୍ରୟାସ କରିଛୁ ବୋଲି କହିଛନ୍ତି ଓମ୍‌ଫେଡ୍‌ର ପରିଚାଳନା ନିର୍ଦେଶକ ବିଜୟ ଅମୃତା କୁଲାଙ୍ଗେ ।

Comments (0)
Add Comment