ବୁଡ଼ାଗୁଡା ଧାନ ମାଣ୍ଡିରେ ଡ୍ରାଇଭର ମାନେ ଖାଲାସି ସାଜିଲେ

0 200

କଲ୍ୟାଣ ସିଂହପୁର, (ଡ଼ି କେ ନ୍ୟୁଜ ) : ରାୟଗଡା ଜିଲ୍ଲା କଲ୍ୟାଣସିଙ୍ଘପୁର ବ୍ଳକ ଅନ୍ତର୍ଗତ ବୁଡ଼ାଗୁଡା ଧାନ ମାଣ୍ଡିରେ ଭେନ ଡ୍ରାଇଭର ଏବଂ ଟ୍ରାକ୍ଟର ଡ୍ରାଇଭର ମାନେ ଖାଲାସୀ ସାଜି ଧାନ ବସ୍ତା ଅନଳଡ଼ କରୁଥିବା ର ଦୃଶ୍ୟ ଦେଖିବା କୁ ମିଳିଛି। ଏହି ସମ୍ପର୍କରେ ଲ୍ୟାମ୍ପ ର ଏମ ଡ଼ି ମୋହନ ଚରଣ ଧୀର ଙ୍କୁ ପଚାରିବାରୁ ଦୁଃଖ ର ସହ କହିଲେ ଯେ ଆଜି କଲ୍ୟାଣ ସିଂହପୁର ବ୍ଳକ ବୁଡ଼ାଗୁଡା ଧାନ ମାଣ୍ଡିର ଖାଲାସୀ ମାନେ ପର୍ବ ପାଳୁଛନ୍ତି । ଏଣୁ ଆଜି ଟ୍ରାକ୍ଟର ଓ ଭେନ ଡ୍ରାଇଭର ମାନେ ଖାଲାସୀ ସାଜି ଗାଡି ମାନଙ୍କର ଧାନ କୁ ଖାଲି କରୁଛନ୍ତି। କାରଣ ବର୍ଷା ହେବାର ସମ୍ବାବନା ରହିଛି ତେଣୁ ଚାଷୀ ମାନେ ଡ୍ରାଇଭର ମାନଙ୍କୁ ନେହୁରା ହେଲେ । ସେତିପାଇଁ ଡ୍ରାଇଭର ଏକତ୍ର ହୋଇ ଖାଲାସୀ ସାଜି ଧାନ ଅନଲଡ଼ କରୁଛନ୍ତି ବୋଲି କହିରହିଲେ। ଧାନ ଅନଲଡ଼ କରୁଥିବା ଡ୍ରାଇଭର ମାନଙ୍କୁ ପଚାରିବାରୁ ସେ ମାନେ କହିଛନ୍ତି ଯେ ଆଜି ଖାଲାସୀ ମାନେ ନାହାଁନ୍ତି । ମେଘୁଆ ପାଗ ଦେଖାଯାଉଛି ତେଣୁ ଆମ୍ଭେ ଚିନ୍ତା କଲୁ ବର୍ଷା ହେଲେ ଚାଷୀ ର ଧାନ ନଷ୍ଟ ହୋଇଯିବ ଆମେ ମଧ୍ୟ ମଣିଷ ଆମେ ମଧ୍ୟ ଏହି କାମ କରିପାରିବା ତେଣୁ ଆଜି ଯେତିକି ଗାଡି ଆଣିଛୁ ପରିବା ପର୍ଯ୍ୟନ୍ତ ଅନଲଡ଼ କରିବା ବୋଲି ନିଷ୍ପତ୍ତି ନେଇ ଧାନ ଅନଲଡ଼ କରି ରେ ଲାଗିଛୁ ବୋଲି ଡ୍ରାଇଭର ମାନେ କହିଛନ୍ତି।

Leave A Reply

Your email address will not be published.