ୱାରେଣ୍ଟ କୁ ଧରିବାକୁ ଯାଇ ହଟହଟା ପୋଲିସ

0 207

ପାରାଦ୍ବୀପ – ପାରାଦ୍ବୀପ ଗଡ ଗ୍ରାମର ଦଳେଇ ସାହିରେ ଜଣେ ୱାରେଣ୍ଟ କୁ ଧରିବାକୁ ଯାଇ ହଟହଟା ହୋଇଛି ପାରାଦ୍ବୀପ ଅଭୟଚାନ୍ଦପୁର ପୋଲିସ। ଗ୍ରାମବାସୀଙ୍କ ଆକ୍ରମଣରେ ଜଣେ ଏସ ଆଇ  ଆହାତ ହୋଇଛନ୍ତି । ଥାନା ଗାଡିରୁ ଅଭିଯୁକ୍ତ ଯୁବକକୁ ଟାଣି ନେଇ ଯାଇଛନ୍ତି ଗ୍ରାମବାସୀ। ସୂଚନା ମୁତାବକ ପାରାଦ୍ବୀପ ଗଡ ଦଳେଇ ସାହିର ତ୍ରିନାଥ ଦଳେଇ ଙ୍କ ନାମରେ ଅଭୟଚାଦପୁର ଥାନା ରେ ଏକ ମାମଲା ରହିଥିଲା, ଏବଂ ସେ ଦୀର୍ଘ ଦିନ ହେଲା ଫେରାର ଥିଲେ। ମାତ୍ର ତ୍ରିନାଥ ଗ୍ରାମକୁ ଆସିଥିବା କୌଣସି ସୂତ୍ରରୁ ଖବର ପାଇ ଏସ ଆଇ ଆଶୁତୋଷ ହୋତା ଙ୍କ ନେତୃତ୍ବରେ ଏକ ଟିମ ଗ୍ରାମରେ ଚଢାଉ କରି କ୍ଲବ ନିକଟରୁ ତାଙ୍କୁ ଗିରଫ କରି ଗାଡିରେ ବସାଇଥିଲେ। ମାତ୍ର ହଠାତ୍ ଗ୍ରାମର କିଛି ଯୁବକ ପୋଲିସ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଏଥିରେ ଏସ ଆଇ ଆଶୁତୋଷ ହୋତା ଆହାତ ହେବାସହିତ ଅଠରବାଙ୍କି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇଛନ୍ତି। ଗ୍ରାମବାସୀମାନେ ପୋଲିସ୍ ଭ୍ୟାନରୁ ଆସାମୀ ତ୍ରିନାଥ କୁ ଛଡାଇ ନେଇଛନ୍ତି। ଘଟଣାସ୍ଥଳରେ ପାରାଦ୍ବୀପ ଏଏସପି ଙ୍କ ସମେତ ପାରାଦ୍ବୀପ ଲକ ଥାନା ଆଇଆଇସି ପହଞ୍ଚି ଥିବାବେଳେ ଗ୍ରାମରେ ଏକ ଫ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇ ଗ୍ରାମକୁ ସିଲ କରାଯାଇଛି।

Leave A Reply

Your email address will not be published.