ମାଲକାନଗିରି :- (ଡିକେ ନ୍ୟୁଜ୍) ଲଗାଣ ବର୍ଷା କୁ ନେଇ ସଜାଗ ହୋଇଛି ମାଲକାନଗିରି ଜିଲ୍ଲା ପ୍ରଶାସନ।ବର୍ଷା ପ୍ରଭାବରେ ପ୍ରବଳ ବର୍ଷା ଓ ପବନର ଆଶଙ୍କା ଥିବାରୁ ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଯାତାୟାତ ଉପରେ ଲାଗିଛି ସମ୍ପୁର୍ଣ୍ଣ କଟକଣା । ସ୍ୱାଭିମାନ ଅଞ୍ଚଳକୁ ଯାତାୟାତ କରୁଥିବା ସମସ୍ତ ଲଞ୍ଚ ଚଳାଚଳକୁ ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଛି । ଏଥିସହ ମସ୍ଚୟଜୀବୀ ଙ୍କୁ ମଧ୍ୟ ଜଳଭଣ୍ଡାର ଭିତରକୁ ନଯିବାକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି। ବାତ୍ୟା ସମୟରେ ପବନର ବେଗ ବଢ଼ିବା ସହ ଜଳଭଣ୍ଡାରରେ ଉଚ୍ଚ ଢେଉସୃଷ୍ଟି ହେବାର ଆଶଙ୍କା ରହିଥିବାରୁ ସୁରକ୍ଷା ଦୃଷ୍ଟିରୁ ନିଆଯାଇଛି ଏହି ପଦକ୍ଷେପ।