ମାଲକାନଗିରି ପୋଲିସର ହାତରେ ମାଓ ଡମ୍ପ

0 4
ମାଲକାନଗିରି :-ମାଓ ବିରୋଧୀ ଅଭିଯାନରେ ସୁରକ୍ଷା ବାହିନୀକୁ ମିଳିଛି ବଡ଼ ସଫଳତା, ଘଞ୍ଚ ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ଜବତ । ମାଲକାନଗିରି ଜିଲ୍ଲାରେ ଆଜି (ମଙ୍ଗଳବାର) ମିଳିତ ତଲାସୀ ଅଭିଯାନ ସମୟରେ ବିପୁଳ ପରିମାଣର ମାଓ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ଜବତ କରିଛି ପୋଲିସ । ଜବତ ସାମଗ୍ରୀ ମଧ୍ୟରେ ବନ୍ଧୁକ, ବିସ୍ଫୋରକ ସାମଗ୍ରୀ ଏବଂ ମାଓବାଦୀଙ୍କ ନିତ୍ୟ ବ୍ୟବହାର୍ଯ୍ୟ ବିଭିନ୍ନ ସାମଗ୍ରୀ ରହିଛି । ଏନେଇ ଆଜି ମାଲକାନଗିରି ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ବିନୋଦ ପାଟିଲ ସୂଚନା ଦେଇଛନ୍ତି।
           ଏସପି ବିନୋଦ ପାଟିଲଙ୍କ ସୂଚନା ଅନୁଯାୟୀ, ଜିଲ୍ଲାର କିଟିମିଟି ଓ କଟୁଆପଦର ଜଙ୍ଗଲ ଅଞ୍ଚଳରେ ବିଏସଏଫ ଏବଂ ଡିଭିଏଫ୍ ଯବାନଙ୍କ ମିଳିତ ତଲାସୀ ଅଭିଯାନ ବେଳେ ଏହି ସଫଳତା ମିଳିଛି । ଅଭିଯାନ ସମୟରେ ପ୍ରାୟ ୩୨ ପ୍ରକାରର ମାଓ ସାମଗ୍ରୀ ଜବତ କରାଯାଇଥିବା ପୋଲିସ କହିଛି । ଜବତ ସାମଗ୍ରୀ ମଧ୍ୟରେ ବନ୍ଧୁକ, ବିସ୍ଫୋରକ ଉପକରଣ, ଦୈନନ୍ଦିନ ବ୍ୟବହାର ସାମଗ୍ରୀ ସହ ଅନ୍ୟାନ୍ୟ ମାଓବାଦୀ ସାମଗ୍ରୀ ରହିଛି । ଏହି କାର୍ଯ୍ୟାନୁଷ୍ଠାନ ପରେ ମାଓବାଦୀଙ୍କ କାର୍ଯ୍ୟକଳାପକୁ ବଡ଼ ଧକ୍କା ଲାଗିଥିବା ପୋଲିସ ପକ୍ଷରୁ କୁହାଯାଇଛି।
           ଅଞ୍ଚଳରେ ଏଭଳି କମ୍ବିଂ ଓ ସର୍ଚ୍ଚ ଅପରେସନ୍ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ଏସପି ସୂଚନା ଦେଇଛନ୍ତି।ଜବତ ସାମଗ୍ରୀ ଗୁଡ଼ିକ ହେଲା  INSAS LMG ଗୋଟିଏ, INSAS ରାଇଫଲ୍ 2ଟି, IED (ଟିଫିନ୍ ବୋମା) ୦୧ କିଲୋଗ୍ରାମ 2ଟି, IED (୮ କିଲୋଗ୍ରାମ) ଗୋଟିଏ, ଗ୍ରେନେଡ୍ ଗୋଟିଏ, AK Magazines ଗୋଟିଏ, ବୈଦ୍ୟୁତିକ ଡେଟୋନେଟର୍ 18ଟି, ରିମୋଟ୍ ସ୍ୱିଚ୍ 2ଟି, ୱାକି-ଟକି ଗୋଟିଏ, ବୈଦ୍ୟୁତିକ ତାର 5 ମିଟର, MCB ସ୍ୱିଚ୍ ଗୋଟିଏ, ସୌର ପ୍ଲେଟ୍ ଗୋଟିଏ, ରୁଟ୍ସ ଅଟୋ ଡିଭାଇସ୍ 4ଟି, ତାର ସହିତ ରୁଟ୍ସ ଡିଭାଇସ୍ 2ଟି, HP ପ୍ରିଣ୍ଟର କାର୍ଟ୍ରିଜ୍ ୧୫ଟି, ସିରିଞ୍ଜ 19ଟି, ଗଜ୍ ତୁଳା, ଜରିପାଲ ଟେଣ୍ଟ ଗୋଟିଏ, ଖାଲି ଡେଟୋନେଟର କ୍ୟାପ୍ ୫୦ଟି, କ୍ରାକର 6ଟି, ଗନ୍ ପାଉଡର ତିନି କିଲୋଗ୍ରାମରୁ ଅଧିକ, କୋଡେକ୍ସ ତାର (ଛୋଟ ବଣ୍ଡଲ୍) ଗୋଟିଏ, ବ୍ୟାଟେରୀ ଗୋଟିଏ, ଛୁରୀ, କଇଁଚି, ସ୍କ୍ରୁ ଡ୍ରାଇଭର, ସାଲାଇନ୍ ବୋତଲ 10ଟି, ସାଲାଇନ୍ ପାଇପ୍ 10ଟି, ବ୍ୟାଗ୍ ଏବଂ କିଛି ମାଓ ପୁସ୍ତକ ଜବତ କରିଛି ପୋଲିସ।
Leave A Reply

Your email address will not be published.