କୁଚିଣ୍ଡା:-ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଳକ ଅନ୍ତର୍ଗତ କୁଟୁରାଚୁଆଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି। ବ୍ଳକ ଶିକ୍ଷା ଅଧିକାରୀ ଗୀତା ପ୍ରଧାନ ଙ୍କ ସଭାପତିତ୍ବରେ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ ଯୋଗଦେଇ ଭିତ୍ତିପ୍ରସ୍ତର ସ୍ଥାପନ ର ଶୁଭ ଉଦଘାଟନ କରିଛନ୍ତି।ଏହି ଅବସରରେ ସମ୍ମାନୀତ ଅତିଥି ଭାବେ କୁଚିଣ୍ଡା ଉପଜିଲ୍ଲାପାଳ ସର୍ବାନନ ସ, ଶିକ୍ଷା ଜିଲ୍ଲା ଅଧିକାରୀ ଲକ୍ଷ୍ମଣ ଭୋଇ,ମନ୍ତ୍ରୀ ପ୍ରତିନିଧି ସୁଶିଲ କର, ସରପଞ୍ଚ ପଦ୍ମାବତୀ ପ୍ରଧାନ, ସମିତି ସଭ୍ୟ ଯଶୋବନ୍ତି ଭୋଇ ପ୍ରମୁଖ ଯୋଗଦେଇଥିଲେ।
ଶିକ୍ଷକ ପୂର୍ଣ୍ଣଚନ୍ଦ୍ର କିସାନ ମଞ୍ଚ ପରିଚାଳନା କରିଥିବାବେଳେ, ଶେଷରେ କୁଟୁରାଚୁଆଁ ହାଇସ୍କୁଲ ପ୍ରଧାନ ଶିକ୍ଷକ ଭବାନୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ ଅଞ୍ଚଳର ସରପଞ୍ଚ,ସମିତି ସଭ୍ୟ ସଭ୍ୟା ମାନେ ଏବଂ କୁଟୁରାଚୁଆଁ ଗ୍ରାମ ପଞ୍ଚାୟତର ବହୁ ଜନସାଧାରଣ ତଥା ଅଭିଭାବକ ମାନେ ସାମିଲ ହୋଇଥିଲେ।ଏହି କାର୍ଯ୍ୟକ୍ରମ ରେ ଶିକ୍ଷକ ସୁଯୋଗ୍ୟ ପଟେଲ,ଲୁଟୁ ପଟେଲ,ଯୋଗେଶ ସାହୁ,ପିଣ୍ଟୁ ନନ୍ଦି, ରିତେଶ ଷଡ଼ଙ୍ଗୀ,ସୁପ୍ରିୟାରାଣୀ ନାୟକ, ବଳରାମ ସାହୁ, ହେମନ୍ତ ପୃଷେଠ,ସଞ୍ଜୁକ୍ତା ନାୟକ, ଅମ୍ଲାନ କିରନ ପଟେଲ,ଶିକ୍ଷୟିତ୍ରୀ ଯମୁନା ପୁରୋହିତ,କରିସ୍ମା ପଟେଲ କିରାଣୀ କଲ୍ୟାଣୀ ପଟେଲ ପ୍ରମୁଖ ସହଯୋଗ କରିଥିଲେ।