ଜଗନ୍ନାଥ ଟ୍ରକ ମାଲିକ ସଂଘର ସପଥ ଗ୍ରହଣ ଉତ୍ସବରେ ଯୋଗଦେଲେ ସାଂସଦ ଓ ପୌରାଧ୍ୟକ୍ଷ

0 5

ପାରାଦୀପ : – ଗତ ମେ ମାସ ୧୭ ତାରିଖରେ ପାରାଦୀପର ଜଗନ୍ନାଥ ଟ୍ରକ ମାଲିକ ସଂଘ ନିର୍ବାଚନରେ ନିର୍ବାଚିତ କର୍ମକର୍ତ୍ତା ଙ୍କର ଶପଥ ଗ୍ରହଣ ଉତ୍ସବ ମଙ୍ଗଳବାର ଦିନ ସଙ୍ଘ କାର୍ଯ୍ୟାଳୟ ପରିସରରେ ମହାଆଡମ୍ବର ରେ ପାଳିତ ହୋଇଯାଇଛି l

ଏହି ଅବସରରେ ଜଗତସିଂହପୁର ସାଂସଦ ବିଭୂ ପ୍ରସାଦ ତରାଇ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ବାଳ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ l  ନୂତନ ଭାବେ ନିର୍ବାଚିତ ହୋଇଥିବା ସଭାପତି ଗୌତମ କୁମାର ନାୟକ, ସମ୍ପାଦକ ବିଶ୍ୱ ରଞ୍ଜନ ପଲାଇ, ଉପ ସଭାପତି ଭଗବାନ ସ୍ବାଇଁ, କାର୍ଯ୍ୟକାରି ସଭାପତି ସରୋଜ ମହାପାତ୍ର, ସହ ସମ୍ପାଦକ ମନୋଜ କୁମାର ବିଶ୍ଵାଳ, କୋଷାଧ୍ୟକ୍ଷ  ବଳରାମ ଦାସ ଏହି ଉତ୍ସବରେ ଶପଥ ଗ୍ରହଣ କରିଥିଲେ l ତେବେ ସଙ୍ଘ ଓ ସଦସ୍ୟ ମାନଙ୍କ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ନୂତନ କର୍ମକର୍ତ୍ତା ମାନେ ଯତ୍ନଶିଳ ହେବାକୁ ମୂଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଆଶା ପ୍ରକଟ କରିଥିଲେ l ଏଥିରେ ବହୁ ସଂଖ୍ୟାରେ ସଂଘର ଗାଡି ମାଲିକ ସଦସ୍ୟ ମାନେ ଉପସ୍ଥିତ ଥିଲେ l

Leave A Reply

Your email address will not be published.