ପେଟ୍ରୋଲ ଢାଳି ନିଜକୁ ଜାଳିଦେଲେ ୯୦ ପ୍ରତିଶତ ଦଗ୍ଧ

He poured petrol on himself and set himself on fire, suffering 90 percent burns.

0 98
ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ପୁରୁଣା ବ୍ରହ୍ମପୁର ଅଞ୍ଚଳର ଜଣେ ଯୁବକ ମେଣ୍ଡୁଛକଠାରେ ନିଜ ଶରୀରରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି। ତାଙ୍କ ଶରୀରର ୯୦ ଭାଗରୁ ଅଧୂକ ପୋଡ଼ିଯାଇଛି। ଗୁରୁତର ଯୁବକଜଣଙ୍କ ହେଲେ, ପୁରୁଣା ବ୍ରହ୍ମପୁର ରାଧାକୃଷ୍ଣ ସାହିର ସୂରଜ ସାହୁ(୨୧)। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଇଥିଲେ | ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି।କୌଣସି କାରଣକୁ ନେଇ ଆଜି ରାତି ପ୍ରାୟ ୯ ଟା ବେଳେ ସୂରଜ ମେଣ୍ଡୁ ଛକରେ ପହଞ୍ଚି ନିଜ ସହ ଆଣିଥିବା ପେଟ୍ରୋଲକୁ ଶରୀରରେ ଢାଳିବା ପରେ ନିଆଁ ଲଗାଇ ଦେଇଥିଲେ। ସେ ହୁତୁହୁତୁ ହୋଇ ଜଳୁଥିବା ଦେଖ୍ ଉପସ୍ଥିତ ଲୋକେ ଦୌଡ଼ି ଯାଇ ଇ ନିଆଁ ଲିଭାଇଥିଲେ। ତେବେ କ’ଣ ପାଇଁ ସେ ଏପରି ପଦକ୍ଷେପ ନେଲେ ଜଣାପଡ଼ିନାହିଁ I ଅନ୍ୟପକ୍ଷରେ, ଆଜି ସେ ଇନ୍‌ଷ୍ଟାଗ୍ରାମରେ ସହ ‘ମୋର କିଛି ହେଲେ ଦୁଃଖଭରା ଷ୍ଟାଟସ୍ ଦେବା ସହ କାହାର ଦୋଷ ନାହିଁ” ଲେଖ୍ ପୋଷ୍ଟ କରିଥ‌ିବା ଦେଖ‌ିବାକୁ ମିଳିଛି କିଛି। ପ୍ରେମକୁ ନେଇ ଝଗଡ଼ା ପରେ ଏଭଳି ଚରମ ନିଷ୍ପଭି ନେଇଥିବା ଏଥିରୁ ଅନୁମାନ କରାଯାଉଛି ପୁଲିସଏନେଇ ଅଧୂକ ନ୍ତତଦ ଚଳାଇଛି
Leave A Reply

Your email address will not be published.