ସୋସିଆଲ ମିଡିଆ ରେ ଜାତିଆଣ ଆକ୍ଷେପ,ୟୁଟୁବର ବିରୋଧ ରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କଲେ ଏସଟି,ଏସସି କର୍ମକର୍ତ୍ତା

0 102
ଧର୍ମଗଡ : ୟୁଟୁବ କ୍ରେଜି ବୟ ଦେବ ଅଫିସିଆଲ ନାମରେ ଚେନାଲ ଖୋଲି କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଖଇର ପଦର ଅଞ୍ଚଳ ର ଜଣେ ୟୁଟୁବର ଦେବ କୁମାର ଆଚାର୍ଯ୍ୟ  ପଶ୍ଚିମ ଓଡିଶାରଲୋକପ୍ରିୟ କଳାକାର ରୁକୁ ସୁନା ଙ୍କ ନାମରେ ଗତ ୧୭/୦୭ ରେ ନିଜ ୟୁଟୁବ ମିଡିଆ ରେ ଜାତିଆଣ ଆକ୍ଷେପ କରିଥିବା ଓ ଅନୁସୂଚିତ ଜାତି ଓ ଜନଜାତି ଙ୍କ ନାମରେ ଅଶାଳୀନ ମନ୍ତବ୍ୟ ଓ ସାମ୍ବିଧାନିକ ଅଧିକାର ଉପରେ କୁଠାରଘାତ କରିଥିବା ନେଇ ଅଭିଯୋଗ ହୋଇଛି।
ମଙ୍ଗଳବାର କୋକସରା ବ୍ଲକ ଅଳ ଓଡିଶା  ସିଡ୍ୟୁଲ କାଷ୍ଟ ଫେଡେରେସନ ପକ୍ଷରୁ ଏକ ଲିଖିତ ଅଭିଯୋଗ କୋକସରା ପୋଲିସ ଥାନା ରେ ଦିଆଯାଇଛି ଓ ଶୀଘ୍ର ଦୋଷୀ ବିରୋଧ ରେ ଆଇନଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି।କୋକସରା ବ୍ଲକ ଅଳ ଓଡିଶା  ସିଡ୍ୟୁଲ କାଷ୍ଟ ଫେଡେରେସନ ପକ୍ଷରୁ ବ୍ଲକ ସଭାପତି କୌଶିକ ଦୁରିଆ,ସାଧାରଣ ସମ୍ପାଦକ ଖଗେଶ୍ୱର ପାଣିଗ୍ରାହୀ, କୋଷାଧ୍ୟକ୍ଷ ରମେଶ ଚନ୍ଦ୍ର ଦୁର୍ଗା, ସାମାଜିକ ମୁଖ୍ୟ ଧବଳେଶ୍ବର ନାଗ,ଉପ ସଭାପତି ଅଜୟ କୁମାର ଦୀପ,ପରମେଶ୍ବର ପାଣିଗ୍ରାହୀ,ଧ୍ଵଜ ମହାନନ୍ଦ, ଆଇନଜୀବୀ ଉଗ୍ରେସନ ବାଗ,ସଦନ ନାଏକ,ଦେବିଶ୍ୱର ପାଣିଗ୍ରାହୀ,ସଭାପତି ଗଣ୍ଡ ସମାଜ କୋକସରା ବ୍ଲକ କ୍ଷୀରସିନ୍ଧୁ ମାଝୀ, ନିରଞ୍ଜନ ମାଝୀ, ଭୁବନେ ମାଝୀ ଓ ଅନ୍ୟ ମାନେ ଉପସ୍ଥିତ ରହି କୋକସରା ଥାନା ଅଧିକାରୀ ଙ୍କ ଅନୁପସ୍ଥିତି କାରଣରୁ ଏସଆଇ ମମତା ଶବର ଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଥିଲେ।
Leave A Reply

Your email address will not be published.