ଭାଲୁ ଆକ୍ରମଣ ରେ ଯୁବକ ଗୁରୁତର,କୋକସରା ଡାକ୍ତରଖାନାରେ ଭର୍ତ୍ତି

0 128
ଧର୍ମଗଡ : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ପୁଝାରି ଗୁଡା ଗ୍ରାମ ର ରଘୁମଣି ପାତ୍ର(୪୬) ଗତକାଲି ରାତିରେ ସାଇକେଲ ରେ ପାଖ ଗାଁ ରୁ ଘର କୁ ଫେରୁଥିବା ବେଳେ ଗାଁ ନିକଟସ୍ଥ ନୂଆପଡା ରାସ୍ତାରେ ଭାଲୁ ହାବୁଡ଼ ର ଶିକାର ହୋଇଛନ୍ତି। ତବେ କୌଣସି ପ୍ରକାରେ ଭାଲୁ ହାବୁଡ଼ ରୁ ନିଜକୁ ରକ୍ଷା କରି ଘର କୁ ଆସୁଥିବା ବେଳେ ପରିବାର ଲୋକେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ସହାୟତା ରେ ରବିବାର ସକାଳେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।ଭାଲୁ ଆକ୍ରମଣ ରେ ଯୁବକ ଙ୍କ ଯୌନାଙ୍ଗ ରେ ଗଭୀର କ୍ଷତ ହୋଇଛି।ତେବେ ଖବର ଦେବାପରେ ମଧ୍ୟ ଦିର୍ଘ ସମୟ ଧରି ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ନଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି।
Leave A Reply

Your email address will not be published.