ଆଶା କର୍ମି ଙ୍କୁ ଦୁଷ୍କର୍ମ ଉଦ୍ୟମ,ପୁଲିସ ର ଜିରୋ କାର୍ଯ୍ୟାନୁଷ୍ଠାନ ପ୍ରତିବାଦ ରେ ପୁଲିସ ଓ ସିଏଚସି ଇନଚାର୍ଜ କୁ ଚେତାବନୀ ଦେଲେ ଜିଲ୍ଲା ଆଶା ସଙ୍ଘ ଓ ସ୍ବେଛାସେବୀ ଅନୁଷ୍ଠାନ।

0 184

ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେ କାର୍ଯ୍ୟରତ ଜୈନିକା ଆଶା କର୍ମି ଙ୍କୁ ଗତ ୨ ତାରିଖରେ କୋକସରା ସିଏଚସି ର ମହିଳା ଶୌଚାଳୟ ରେ ସିଏଚସି ରେ ସ୍ୱିପର ଥିବା ସୁଦର ନାଏକ  କର୍ମଚାରୀ ଙ୍କ ପୁଅ କୁଶ ନାଏକ (ସାନ) ଜବରଦସ୍ତ ଶୌଚାଳୟ ରେ ପଶି ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ପିଡିତା ଆଶା କର୍ମି ଗତ ୪ ତାରିଖରେ କୋକସରା ଥାନା ରେ ଅଭିଯୋଗ କରିଛନ୍ତି। ତେବେ କୋକସରା  ଥାନା ଅଧିକାରିଣୀ ସ୍ନିଗ୍ଧା ରାଣି ସୁନା ଅଭିଯୋଗ ର ୧୨ ଦିନ ପରେ ମଧ୍ୟ ଅଭିଯୁକ୍ତ କୁ ଗିରଫ କରିବାରେ କୌଣସି ଠୋସ ପଦକ୍ଷେପ ଗ୍ରହଣ କରିନଥିବା ବେଳେ ଗତ ୯ ତାରିଖରେ ପୁଣିଥରେ ବ୍ଲକ ଆଶା ସଙ୍ଘ ପକ୍ଷରୁ ଥାନା ଆଇଆଇସି ଙ୍କୁ ଭେଟି ଜଣେ ମହିଳା ଥାନା ଅଧିକାରୀ ହୋଇ ଜଣେ ପିଡିତା ମହିଳା ଙ୍କୁ ନ୍ୟାୟ ପ୍ରଦାନ ରେ ଟାଳଟୁଳ ନୀତି କୁ ବିରୋଧ କରିବା ସହ ଶୀଘ୍ର ଅଭିଯୁକ୍ତ କୁ ଗିରଫ କରିବା ପାଇଁ ଦାବି କରିଥିଲେ।ତେବେ ଅଭିଯୋଗ ର ୧୨ ଦିନ ପରେ ମଧ୍ୟ ଥାନା ଅଧିକାରିଣୀ ସ୍ନିଗ୍ଧାରାଣି ସୁନା ଆଜି ପର୍ଯ୍ୟନ୍ତ ଅଭିଯୁକ୍ତ ଯୁବକ କୁ ଗିରଫ କରିବାରେ ଅସମର୍ଥ ହୋଇଥିବା ବେଳେ ଆଶା କର୍ମି ଓ ସଙ୍ଘ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଆଶା କର୍ମି ଙ୍କ ସଙ୍ଘ ର ଅଭିଯୋଗ ଓ ଗଣମାଧ୍ୟମରେ ଖବର ପ୍ରକାଶିତ ହେବାପରେ ସୋମବାର ଜିଲ୍ଲା ଆଶା କର୍ମି ସଙ୍ଘ ର ସଭାନେତ୍ରୀ ଓ ସ୍ବେଛାସେବୀ ସଙ୍ଗଠନ ଭାରତୀୟ ମାନବ ଅଧିକାର କାଉନ୍ସିଲ ପକ୍ଷରୁ କୋକସରା ସିଏଚସି ଇନଚାର୍ଜ ଡ଼. ତତ୍ୱଦର୍ଶୀ ଦାସ ଙ୍କୁ ଭେଟି ଆଶାକର୍ମି ଙ୍କ ସୁରକ୍ଷା ପାଇଁ ଦାବି କରିବା ସହ ଡାକ୍ତରଖାନା ମଧ୍ୟରେ ଏମିତି ମହିଳା ଙ୍କୁ ଅସାଦଚରଣ ଘଟଣା କୁ ନିନ୍ଦା କରିବା ସହ  ସିକ୍ୟୁରିଟି ଗାର୍ଡ ମୁତୟନ ଥାଇ ମଧ୍ୟ ଡାକ୍ତରଖାନା ମଧ୍ୟରେ ଅସାମାଜିକ ଯୁବକ ଅବାଧ ପ୍ରବେଶ କରି ଜଣେ କାର୍ଯ୍ୟରତ ଆଶା କର୍ମି ଙ୍କୁ ଦୁଷ୍କର୍ମ ଉଦ୍ୟମ  ଘଟଣା ସମ୍ପର୍କରେ ଅବଗତ ଥାଇ ମଧ୍ୟ ସିଏଚସି ଇନଚାର୍ଜ କାହିଁକି ଚୁପ ରହିଛନ୍ତି, ମହିଳା ଙ୍କ ସୁରକ୍ଷା ପାଇଁ କାହିଁକି ପଦକ୍ଷେପ ନେଉ ନାହାଁନ୍ତି ବୋଳି ଅଭିଯୋଗ କରିଛନ୍ତି। ତେବେ ଜିଲ୍ଲା ସଙ୍ଘ କର୍ମକର୍ତ୍ତା କୋକସରା ପୁଲିସ ଥାନା କୁ ଯାଇଥିବା ବେଳେ ଥାନା ଆଇଆଇସି ଅନୁପସ୍ଥିତି ଥିବା କହିଛନ୍ତି। ଜିଲ୍ଲା ଆଶା ସଙ୍ଘ ସଭାନେତ୍ରୀ ସୂର୍ଯ୍ୟକାନ୍ତି ନାଏକ ସହ ଭାରତୀୟ ମାନବ ଅଧିକାର କାଉନ୍ସିଲ ର ରାଜ୍ୟ ସଭାପତି ମହମ୍ମଦ ମୁସ୍ତାଫା, ଜିଲ୍ଲା ସଭାପତି ଅନୀଲ କୁମାର ସାହୁ, ଧବଳେଶ୍ବର ପାନ, ବ୍ଲକ ଆଶା ସଙ୍ଘ ର କର୍ମକର୍ତ୍ତା ପ୍ରମୁଖ ସିଏଚସି ଇନଚାର୍ଜ ଡ଼. ଦାସ ଓ ଆଇଆଇସି ଅନୁପସ୍ଥିତ ରେ ଦାଇତ୍ୱ ରେ ଥିବା ପୁଲିସ ଅଧିକାରୀ କୁ ଭେଟି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଚେତାବନୀ ଦେଇଛନ୍ତି। ନ୍ୟାୟ ପାଇବା ଦାବି ରେ କଳାହାଣ୍ଡି ଏସ.ପି ଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବି କରାଯିବ ବୋଳି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

Leave A Reply

Your email address will not be published.