ଭାରତୀୟ ବନ୍ଦର ମଜଦୂର ସଂଘ ର ବାର୍ଷିକ ସମ୍ମିଳନୀ..

0 148

ପାରାଦୀପ, : ଭାରତୀୟ ବନ୍ଦର ମଜଦୂର ସଂଘ ର ବାର୍ଷିକ ସମ୍ମିଳନୀ ସଂଘ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପାରାଦୀପ ବନ୍ଦର ରେ ଥିବା ସଂଘ ପରିବାର ର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ସଂଘର ନୂତନ କର୍ମକର୍ତ୍ତା ଚୟନ କରିଥିଲେ। ସଭାପତି ଭାବେ ପୁନର୍ବାର ରାକେଶ କୁମାର ପଟ୍ଟନାୟକ ଙ୍କୁ ସଭାପତି ଭାବେ ମନୋନୀତ କରା ଯାଇଥିବା ବେଳେ ପାରାଦୀପ ବନ୍ଦର ର କର୍ମଚାରୀ ତଥା ବନ୍ଦର ଟ୍ରଷ୍ଟି ଶ୍ରୀକାନ୍ତ ରାଏ ଙ୍କୁ ପୁନର୍ବାର ଭାରତୀୟ ବନ୍ଦର ମଜଦୁର ସଂଘର ସଂପାଦକ ଭାବେ ଚୟନ କରାଯାଇଛି। ଭାରତୀୟ ବନ୍ଦର ମଜଦୁର ସଂଘ ର ବାର୍ଷିକ ସମ୍ମିଳନୀରେ ସଂଘ ର ନୂତନ କର୍ମକର୍ତ୍ତା ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆ ଯାଇଥିବା ବେଳେ ବନ୍ଦର କର୍ମଚାରୀ ଓ ଶ୍ରମିକ ମାନଙ୍କ ସ୍ବାର୍ଥ ଲାଗି କାର୍ଯ୍ୟ କରିବା ପାଇଁ ସମସ୍ତ ଚେଷ୍ଟା ଜାରୀ ରହିବ ବୋଲି ସାଧାରଣ ସଂପାଦକ ଶ୍ରୀକାନ୍ତ ରାଏ କହିଥିଲେ। ଏହି ପରିପ୍ରେକ୍ଷୀରେ ସଂଘ ବାର୍ଷିକ ହିସାବ ବିବରଣୀ ଦେବା ସହିତ ସଂଘ ପ୍ରଥମେ ରାଷ୍ଟ୍ର ହିତ ପରେ ଉଦ୍ୟୋଗ ଚିନ୍ତା ଓ ପରେ ଶ୍ରମିକଙ୍କ ହିତ ଲାଗି କାର୍ଯ୍ୟ କରିଥାଏ। ଭାରତୀୟ ବନ୍ଦର ମଜଦୁର ସଂଘ ଏହି ନିୟମାନୁଯାୟୀ କାର୍ଯ୍ୟ କରି ଆସୁଛି। ପାରାଦୀପ ବନ୍ଦର ର କର୍ମଚାରୀ ଓ ଶ୍ରମିକଙ୍କ ସ୍ବାର୍ଥ ହାସଲ କରିବା ପାଇଁ ସମସ୍ତେ ଏକତ୍ରିତ ହୋଇ ରହିବା ପାଇଁ ସାଧାରଣ ସଂପାଦକ ଶ୍ରୀକାନ୍ତ ରାଏ ସମସ୍ତ ଶ୍ରମିକ ଓ ବନ୍ଦର କର୍ମଚାରୀ ମାନଙ୍କୁ ଆହ୍ବାନ ଦେଇଥିଲେ। ସଂଘ ର ବାର୍ଷିକ ସମ୍ମିଳନୀରେ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସୂଚାରୁ ରୂପେ ତୁଲାଇଥିଲେ।

Leave A Reply

Your email address will not be published.