ଆସିବ ନୂଆ ୨୦ ଟଙ୍କିଆ ନୋଟ

0 86

ନୂଆଦିଲ୍ଲୀ,: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ନୂଆ ୨୦ ଟଙ୍କିଆ ନୋଟ୍ ଜାରି କରିବ । ମହାତ୍ମାଗାନ୍ଧୀ (ନୂଆ) ସିରିଜରେ ଏହି ନୋଟଗୁଡ଼ିକ ଆସିବ । ଏଥିରେ ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ଦସ୍ତଖତ ରହିବ । ବର୍ତ୍ତମାନ ପ୍ରଚଳନରେ ଥିବା ୨୦ ଟଙ୍କିଆ ନୋଟ୍ ଭଳି ନୂଆ ନୋଟଗୁଡିକ ରହିବ । ମାତ୍ର ଏଥିରେ କେବଳ ଗଭର୍ଣ୍ଣରଙ୍କ ଦସ୍ତଖତ ଭିନ୍ନ ରହିବ । ଲୋକଙ୍କ ଚିହ୍ନିବା ଏବଂ ବ୍ୟବହାର କରିବାରେ ଯେଭଳି କୌଣସି ଦ୍ୱଦ୍ୱ- ନ ରଖାଯାଇଛି । ସେହିଭଳି ପୂର୍ବରୁ ଜାରି ହୋଇଥିବା ୨୦ଟଙ୍କିଆ ନୋଟଗୁଡ଼ିକ ପ୍ରଚଳନ ଜାରି ରହିବ ବୋଲି ଆରବିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

Leave A Reply

Your email address will not be published.