କଳ୍ପନା ବାହାରେ…ବିଶ୍ୱ ରେକର୍ଡ କଲେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା

0 62

ମୁମ୍ବାଇ, : ୨୦୨୪ରେ ଆଇସିସି ଟେଷ୍ଟ ଟିମରେ ନିଜ ସ୍ଥାନ ହାସଲ କରିବାକୁ ସକ୍ଷମ ହୋଇଥିବା ଜାଡେଜା ନିଜର ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କଚ ପ୍ରଭାବିତ କରିପାରିଛନ୍ତି । ଭାରତୀୟ ଟିମର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଐତିହାସିକ ରେକର୍ଡ କରିଛନ୍ତି । କ୍ରିକେଟ ଇତିହାସରେ ସେ ନୂଆ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି । କେହି କେବେ କଳ୍ପନା କରି ନଥିବା ରେକର୍ଡ ଜାଡେଜା ହାସଲ କରିପାରିଛନ୍ତି । ସେ ବିଶ୍ୱର ଏକମାତ୍ର କ୍ରିକେଟର ଯିଏ ଦୀର୍ଘ ସମୟ ଧରି ଆଇସିସି ଟେଷ୍ଟ ଅଲରାଉଣ୍ଡରର ୧ନଂ ସ୍ଥାନରେ ରହିବାକୁ ସକ୍ଷମ ହୋଇଛନ୍ତି । ଦୀର୍ଘ ୧୧୫୧ ଦିନ ହେଲା ଜାଡେଜାଙ୍କୁ କେହି ବି ଟେଷ୍ଟ ଅଲରାଉଣ୍ଡର ରାଙ୍କିଙ୍ଗର ୧ନଂ ସ୍ଥାନରୁ ହଟାଇବାକୁ ସକ୍ଷମ ହୋଇ ନାହାନ୍ତି । ଏପରି ବିରଳ କୀର୍ତ୍ତିମାନ ପୂର୍ବରୁ ବିଶ୍ୱର କୌଣସି କ୍ରିକେଟର କେବେ ହେଲେ ହାସଲ କରି ନଥିଲେୟ ଷ୍ଟାର ସ୍ପିନର ଓ ଭାରତୀୟ ଟିମର ଭରସାଯୋଗ୍ୟ ନିମ୍ନକ୍ରମ ବ୍ୟାଟର ଚଳିତ ସପ୍ତାହରେ ମଧ୍ୟ ଆଇସିସି ପକ୍ଷରୁ ଜାରି ଟେଷ୍ଟ ଅଲରାଉଣ୍ଡର ରାଙ୍କିଙ୍ଗର ୧ନଂ ସ୍ଥାନରେ ଅତୁଟ ରହିଛନ୍ତି । ଦୀର୍ଘ ୧୧୫୧ ଦିନ ଧରି ୧ନଂ ସ୍ଥାନରେ ରହିବା ଟେଷ୍ଟ କ୍ରିକେଟରେ ଜାଡେଜାଙ୍କ ଦବଦବା ଓ ସ୍ଥିରତାକୁ ପ୍ରଦର୍ଶିତ କରିଛି । ବ୍ୟାଟିଂ ପାଇଁ ଆଦୌ ଉପଯୁକ୍ତ ନଥିବା ପିଚରେ ଗୁରୁତ୍ୱପୂର୍ଣ୍ଣ ଅର୍ଦ୍ଧ ଶତକ ହାସଲ କରିବା ଠାରୁ ଟର୍ଣ୍ଣିଂ ଟ୍ରାକରେ ୫ ୱିକେଟ ଦଖଲ କରିବା ୩୬ ବର୍ଷୀୟ ଜାଡେଜାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଛି । ଖାସ ଏହି କାରଣ ପାଇଁ ସେ ଭାରତୀୟ ଟେଷ୍ଟ ଟିମର ମେରୁଦଣ୍ଡ ହୋଇ ରହିଛନ୍ତି । ୨୦୨୪ରେ ଆଇସିସି ଟେଷ୍ଟ ଟିମରେ ନିଜ ସ୍ଥାନ ହାସଲ କରିବାକୁ ସକ୍ଷମ ହୋଇଥିବା ଜାଡେଜା ନିଜର ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କଚ ପ୍ରଭାବିତ କରିପାରିଛନ୍ତି । ଗତବର୍ଷ ଜାଡେଜା
୨୯.୨୭ ହାରରେ ୫୨୭ ରନ କରିବା ସହ ୨୪.୨୯ ବୋଲିଂ ହାରରେ ୪୮ଟି ୱିକେଟ ନେଇଥିଲେୟ ଦୀର୍ଘ ସମୟ ଧରି ଆଇସିସି ଟେଷ୍ଟ ଅଲରାଉଣ୍ଡର ତାଲିକାରେ ରହିଥିବା କିମ୍ବଦନ୍ତୀ କ୍ରିକେଟର ଜ୍ୟାକ କାଲିସ, କପିଲ ଦେବ ଓ ଇମ୍ରାନ ଖାନଙ୍କ ଭଳି ଖେଳାଳିଙ୍କୁ ଜାଡେଜା ପଛରେ ପକାଇ ଦେଇଛନ୍ତି । ଜାଡେଜାଙ୍କ ପୂର୍ବରୁ ୱେଷ୍ଟଇଣ୍ଡିଜର ପୂର୍ବତନ ଅଲରାଉଣ୍ଡର ଜେସନ ହୋଲ୍ଡର ଆଇସିସି ଟେଷ୍ଟ ଅଲରାଉଣ୍ଡର ରାଙ୍କିଙ୍ଗର ୧ନଂ ସ୍ଥାନରେ ରହିଥିଲେ । କିନ୍ତୁ ୨୦୨୨ ମସିହା ମାର୍ଚ୍ଚ ମାସରେ ଜାଡେଜା ତାଙ୍କୁ ପଛରେ ପକାଇ ୧ନଂ ସ୍ଥାନ ଦଖଲ କରିଥିଲେ । ସେବେଠାରୁ ଲଗାତାର ୧୧୫୧ ଦିନ ହେଲା ଜେଡେଜା ସେହି ୧ନଂ ସ୍ଥାନରେ ରହିଛନ୍ତି । ଏବେ ତାଙ୍କ ପଏଣ୍ଟ ୪୦୦ ରହିଛି । ତାଙ୍କ ପଛକୁ ଲାଦେଶର ମେହିଦୀ ହାସନ ମିରାଜ ରହିଛନ୍ତି । ସେ ଧୀରେଧୀରେ ଜାଡେଜାଙ୍କ ନିକଟବର୍ତ୍ତୀ ହେଉଥିଲେ ହେଁ ତାଙ୍କ ପଏଣ୍ଟ ସଂଖ୍ୟା ୩୨୭ ରହିଛି । ମିରାଜ ନିକଟରେ ଜିମ୍ବାୱେ ବିପକ୍ଷ ଟେଷ୍ଟ ସିରିଜରେ ୧୧୬ ରନ କରିବା ସହ ୧୫ଟି ୱିକେଟ ନେଇଥିଲେ । ତେଣୁ ଆଇସିସି ଅଲରାଉଣ୍ଡର ତାଲିକାର ଦ୍ୱିତୀୟ ସ୍ଥାନକୁ ସେ ଉଠିଛନ୍ତି । ୩୨୭ ତାଙ୍କ କ୍ୟାରିୟରର ଶ୍ରେଷ୍ଠ ପଏଣ୍ଟ ହେଲେ ଜାଡେଜାଙ୍କ ଠାରୁ ଏହା ୨୭ କମ ।

Leave A Reply

Your email address will not be published.