ପାକିସ୍ତାନର ଷ୍ଟାର କ୍ରିକେଟରଙ୍କ ଘର ଉପରେ ଭାରତ କଲା ଏୟାର ଷ୍ଟ୍ରାଇକ

0 90

ନୂଆଦିଲ୍ଲୀ,: ଭାରତୀୟ ସେନା ଓ ବାୟୁସେନା ମଙ୍ଗଳବାର ରାତିରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ଥିବା ୯ଟି ଆତଙ୍କବାଦୀ ଶିବିର ଉପରେ ବିମାନ ଆକ୍ରମଣ କରି ସେଗୁଡିକୁ ଧ୍ୱଂସ କରିଛି । ଏହି ଅଭିଯାନର ନାମ ଦିଆଯାଇଛି \”ଅପରେସନ ସିନ୍ଦୂର\’ ।
ଏହି ଆକ୍ରମଣ ଏପ୍ରିଲ ୨୨ରେ ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ହମଲାର ପ୍ରତିଶୋଧ ସ୍ୱରୂପ କରାଯାଇଥିଲା, ଯେଉଁଥିରେ ୨୬ ଜଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା । ଏହି ୯ଟି ଟାର୍ଗେଟ ମଧ୍ୟରୁ ଗୋଟିଏ ଥିଲା ପାକିସ୍ତାନର ସିଆଲକୋଟରେ ଅବସ୍ଥିତ ହିଜବୁଲ ମୁଜାହିଦ୍ଦିନର ମେହମୁନା ଜୋୟା ଶିବିର । ଏହି ଶିବିର ଜମ୍ମୁ ଓ କାଶ୍ମୀରର କଠୁଆ ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପର ନିୟନ୍ତ୍ରଣ କେନ୍ଦ୍ର ଥିଲା ଏବଂ ୨୦୧୬ରେ ପଠାନକୋଟ ବାୟୁସେନା ମୁଖ୍ୟାଳୟ ଉପରେ ହୋଇଥିବା ଆକ୍ରମଣର ଯୋଜନା ମଧ୍ୟ ଏହି ଶିବିରରୁ କରାଯାଇଥିଲା । ସିଆଲକୋଟ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କ ଜନ୍ମସ୍ଥାନ ଭାବେ ମଧ୍ୟ ପରିଚିତ । ଭାରତୀୟ ସେନାର ବିବୃତି ଅନୁଯାୟୀ, ଏହି ଆକ୍ରମଣ ସମ୍ପୂର୍ଣ୍ଣ ଭାବେ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ (ଜେଇଏମ), ଲସ୍କର-ଏ-ତୋଇବା (ଏଲଇଟି) ଓ
ହିଜବୁଲ ମୁଜାହିଦ୍ଦିନ ଉପରେ କେନ୍ଦ୍ରୀଭୂତ ଥିଲା । ଏହା ଏକ ସୁନିୟୋଜିତ ଓ ସୀମିତ ଅଭିଯାନ ଥିଲା, ଯେଉଁଥିରେ ପାକିସ୍ତାନୀ ସେନାର କୌଣସି ସ୍ଥାପନାକୁ ଟାର୍ଗେଟ କରାଯାଇ ନ ଥିଲା । କର୍ନେଲ ସୋଫିୟା କ୍ୟୁରେଶୀ ଓ ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହଙ୍କ ନେତୃତ୍ୱରେ ଏହି ଅଭିଯାନର ସୂଚନା ସାମ୍ବାଦିକ ସମ୍ମିଳନୀରେ ଦିଆଯାଇଛି ।

Leave A Reply

Your email address will not be published.