ପାରାଦ୍ୱୀପରେ ବାଜିଲା ସାଇରନ୍ ଓ ଆରମ୍ଭ ହେଲା ଯୁଦ୍ଧ ପ୍ରସ୍ତୁତି ମକ୍‌ଡ୍ରିଲ

0 64

ପାରାଦ୍ୱୀପ,: ଏହି ସିଭିଲ ଡିଫେନ୍ସ ମକଡ୍ରିଲରେ ଯୁଦ୍ଧ ସମୟରେ ଶତ୍ରୁପକ୍ଷ ବିମାନ ଆକ୍ରମଣ କିମ୍ବା ବୋମା ବର୍ଷଣ କଲେ କିପରି ଜନସାଧାରଣଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ ହେବ ଏବଂ କେଉଁ ସବୁ ପଦକ୍ଷେପ ଆପଣାଇବାକୁ ହେବ ସେ ସମ୍ପର୍କରେ ଏକ ମକଡ୍ରିଲ୍ ପାରାଦୀପର ଷଣ୍ଢକୁଦ ଓ ନେହେରୁ ବଙ୍ଗଳାରେ ଆୟୋଜିତ ହୋଇଥିଲା । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ଆଜି ଦେଶବ୍ୟାପୀ ଡିଫେନ୍ସ ମକ ଡ୍ରିଲ ଆୟୋଜନ କରାଯାଇଥିବା ବେଳେ ଏହି ଅଭ୍ୟାସ ୨୪୪ଟି ଜିଲ୍ଲା ରେ ଅନୁଷ୍ଠିତ ହେଉଛି । ଯେଉଁଥିରେ ଏୟାର ରେଡ ସାଇରନ ବାଜିବା କ୍ଷଣି ଲୋକମାନଙ୍କୁଜରୁରୀକାଳୀନ ପରିସ୍ଥିତିରେ ସୁରକ୍ଷା ପାଇଁ ପ୍ରଶିକ୍ଷଣ ଦିଆଯାଇଛି । ପ୍ରଥମଟି ଷଣ୍ଢକୁଦ ବସ୍ତି ଅଞ୍ଚଳରେ ହୋଇଥିବା ବେଳେ ଦ୍ୱିତୀୟଟି ନେହେରୁ ବଙ୍ଗଳା ଅଞ୍ଚଳରେ ଥିବା ଓଡ଼ିଶାର ପ୍ରଥମ ୭ମହଲା ବିଶିଷ୍ଟ କୋଠାଘର ଅଞ୍ଚଳରେ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳ ଜେ.ସୋନାଲ୍‌ଙ୍କ ନେତୃତ୍ୱରେ ସ୍ଥାନୀୟ ଜିଲ୍ଲା ପ୍ରଶାସନ, ଅଗ୍ନିଶମ ବାହିନୀ, ପୋଲିସ ପ୍ରଶାସନ, ଏନଡିଆରଏଫ, ଓଡ୍ରାଫ୍‌, ଏନସିସି କ୍ୟାଡେଟ୍‌, ସ୍କାଉଟ୍ ଆଣ୍ଡ୍ ଗାଇଡ୍ ଛାତ୍ର ଛାତ୍ରୀଙ୍କ ସମେତ ବିଭିନ୍ନ ସ୍ୱେଚ୍ଛାସେବୀମାନେ ଏଥିରେ ଅଂଶଗ୍ରହଣ କରିଥିଲେ । ତେବେ ଏହି ଅଭ୍ୟାସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜରୁରୀ କାଳୀନ ପରିସ୍ଥିତିରେ ନାଗରିକ ଏବଂ ପ୍ରଶାସନର ପ୍ରସ୍ତୁତିକୁ ମଜବୁତ କରିବା ଏବଂ ଜନସାଧାରଣଙ୍କ ଧନ ଜୀବନ ସୁରକ୍ଷିତ ରଖି ସମ୍ଭାବ୍ୟ ଯୁଦ୍ଧ ମୁକାବିଲା ବିପଦରୁ ନିଶ୍ଚିତ ଭାବରେ ରକ୍ଷା କରାଯାଇ ପାରିବ ବୋଲି ଜିଲ୍ଲାପାଳ ଗଣମାଧ୍ୟମରେ କହିଛନ୍ତି ।

Leave A Reply

Your email address will not be published.