ଭୁବନେଶ୍ୱର, : ଦୀଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ଆସିଲା ତଦନ୍ତ ରିପୋର୍ଟ । ଶ୍ରୀମନ୍ଦିରରୁ ଦୀଘା ଯାଇନି ଦାରୁ । ଲିମ୍ବ କାଠରେ ତିଆରି ହୋଇଛନ୍ତି ମହାପ୍ରଭୁ । ବଳକା ଦାରୁରୁ ମୂର୍ତ୍ତି ତିଆରି ହେବା କଥା ସମ୍ପୂର୍ଣ୍ଣ ମିଛ । ଧାମ ଶବ୍ଦର ନାମ କେବଳ ଚାରି ଧାମରେ ଲାଗିବ । ଦୀଘା ବେଳାଭୂମିର ନାମରୁ ମହାଦୋଧି କାଟିବା ପାଇଁ ପଶ୍ଚିମବଙ୍ଗ ସରକାରଙ୍କୁ ଯିବ ଲେଟର । ଏନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଆଇନ ମନ୍ତ୍ରୀ କହିଛନ୍ତି ଯେ, ଦାରୁ ଘର ଭିତରେ କାଠ ରୁହେ । ୧୯୯୫-୯୬ରେ ସେତେବେଳର ସରକାରଙ୍କ ଭୁଲ୍ ନିଷ୍ପତ୍ତି ପାଇଁ ଦଇତାପତି ନିଯୋଗ ଘରେ କିଛି କାଠ ଥିଲା । ସମସ୍ତ କାଠ ଦାରୁ ଘରକୁ ଆଣିବା ପାଇଁ ଏକ ୫ ଜଣିଆ କମିଟି ଗଠନ ହୋଇଛି । ସେବକମାନେ ଗଣମାଧ୍ୟମକୁ ଆସି ପୂଜାବିଦ୍ଧି ବିଷୟରେ କହୁଛନ୍ତି । କେତେ ଦୂର ଗଣମାଧ୍ୟମକୁ କହିପାରିବେ ସେନେଇ ମାର୍ଗଦର୍ଶିକା ଆସିବ । ଦଇତାପତି ନିଯୋଗ ସଭାପତିଙ୍କ ବିରୁଦ୍ଧରେ ଯେଉଁ ଅଭିଯୋଗ ଆସିଥିଲା ତାଙ୍କୁ ସମନ ଦିଆଯାଇଥିଲା । ସେ ଉତ୍ତର ରଖିଛନ୍ତି । ଭୁବନେଶ୍ୱରର ଜଣେ ସୁଦର୍ଶନ ମହାରଣାଙ୍କ ପାଖରୁ ଲିମ୍ବ କାଠରେ ମହାପ୍ରଭୁଙ୍କୁ ତିଆରି କରି ନେଇଥିଲେ । ଏନେଇ ମହାରଣା ବି ସ୍ୱୀକାର କରିଛନ୍ତି । ଶ୍ରୀମନ୍ଦିର ଆକ୍ଟ ଅନୁଯାୟୀ, ପୁଣି ୭ ଦିନ ଭିତରେ ଜଣାଇବା ପାଇଁ କୁହାଯାଇଛି । ସେଥିରେ ସନ୍ତୁଷ୍ଟ ନହେଲେ ଶ୍ରୀମନ୍ଦିର ପ୍ରଶାସନ ଦଣ୍ଡିତ କରିବ । ସମସ୍ତ ଜଗନ୍ନାଥପ୍ରେମୀଙ୍କୁ ବାଧିଛି । ଜଗନ୍ନାଥଙ୍କ କୌଣସି ଜିନିଷ ନେଇ କେହି ବଞ୍ଚିବେ ନାହିଁ । ଆଇନ ମନ୍ତ୍ରୀ ପୁଣି କହିଛନ୍ତି ଯେ, ମହାରଣା ସେବକ, ବିଭିନ୍ନ ନିଯୋଗ, ଦଇତାପତି ନିଯୋଗ ଓ ଯେଉଁମାନେ ଦୀଘା ଯାଇଥିଲେ । ସେମାନଙ୍କୁ ନେଇ ମାରାଥନ ବୈଠକ ହୋଇଥିଲା । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ମହାପ୍ରଭୁଙ୍କର କ’ଣ ଦୈନନ୍ଦିନ କାର୍ଯ୍ୟ ରହିବ ଏନେଇ ରାଜ୍ୟର ସବୁ ଜଗନ୍ନାଥ ମନ୍ଦିରକୁ ଶ୍ରୀମନ୍ଦିର ପକ୍ଷରୁ ଖୁବଶୀଘ୍ର ମାର୍ଗଦର୍ଶିକା ଜାରିହେବ । ଦୀଘାରେ ଜଗନ୍ନାଥ ଧାମ ଉଲ୍ଲେଖ କରାଯାଇଥିଲା । ଏହାକୁ ସମସ୍ତେ ଏହାକୁ ବିରୋଧ କରିଛନ୍ତି । ଧାମ ଶବ୍ଦର ନାମ କେବଳ ଚାରି ଧାମରେ ଲାଗିବ । ପଶ୍ଚିମବଙ୍ଗ ସରକାରଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ଲେଟର ଯିବ ଏବଂ ଦୀଘା ଠାରେ ମହାଦୋଧି ନାମକୁ କାଟିବା ପାଇଁ ଜଣାଇବୁ । ଯଦି ନମାନିଲେ ଆଇନଗତ ଆଶ୍ରୟ ନେବୁ । ସେବାୟତମାନେ କେଉଁଠିକୁ ଯିବେ ନଯିବେ ମାର୍ଗଦର୍ଶିକା ଜାରି ହେବ ।