ପାକିସ୍ତାନ ସହ ତିକ୍ତତା ମଧ୍ୟରେ ପିଏମ୍‌ ମୋଦିଙ୍କ ସହ କଥାବାର୍ତ୍ତା ହେଲେ ପୁଟିନ

0 148

ନୂଆଦିଲ୍ଲୀ, : ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ୍ କରି ପହଲଗାମରେ ହୋଇଥିବା ଆତଙ୍କୀ ହମଲାର କଡ଼ା ନିନ୍ଦା କରିଛନ୍ତି । ରାଷ୍ଟ୍ରପତି ପୁଟିନ ଏହି ହମଲାରେ ନିର୍ଦ୍ଦୋଷ ଲୋକଙ୍କ ମୃତ୍ୟୁରେ ସମ୍ୱେଦନା ବ୍ୟକ୍ତ କରି କହିଛନ୍ତି କି, ଆତଙ୍କବାଦ ବିରୋଧରେ ଭାରତର ଲଢେଇରେ ରୁଷର ପୂରା ସମର୍ଥନ ଅଛି । ଏହାସହ ସେ ଏହି କଥା
ଉପରେ ମଧ୍ୟ ଜୋର ଦେଇଛନ୍ତି ଯେ, ଏହି ଭୀରୁତାପୂର୍ଣ୍ଣ ହମଲାର ଅଭିଯୁକ୍ତଙ୍କୁ ଓ ତାଙ୍କର ସମର୍ଥକଙ୍କୁ ଖୁବ୍ କଡ଼ା ଦଣ୍ଡ ମିଳିବା ଉଚିତ । ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ରଣଧୀର ଜାୟସୱାଲ ଉଭୟ ନେତାଙ୍କ ମଧ୍ୟରେ ହୋଇଥିବା ଏହି କଥାବାର୍ତ୍ତା ବିଷୟରେ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟରେ ଲେଖିଛନ୍ତି, ରାଷ୍ଟ୍ରପତି ପୁଟିନ ପିଏମ ମୋଦିଙ୍କୁ ଫୋନ୍ କରି ପହଲଗାମରେ ହୋଇଥିବା ଆତଙ୍କୀ ହମଲାର କଡ଼ା ନିନ୍ଦା କରିଛନ୍ତି । ସେ ନିର୍ଦ୍ଦୋଷ ଲୋକଙ୍କ ମୃତ୍ୟୁରେ ନିଜର ସମ୍ୱେଦନା ବ୍ୟକ୍ତ କରିଛନ୍ତି ଏବଂ ଆତଙ୍କବାଦ ବିରୋଧରେ ଲଢେଇରେ ଭାରତକୁ ପୂରା ସମର୍ଥନ ଦେବା କଥା କହିଛନ୍ତି । ଏହା ବ୍ୟତୀତ ସେ ଏହି କଥା ଉପରେ ମଧ୍ୟ ଜୋର ଦେଇଛନ୍ତି ଯେ, ଆତଙ୍କବାଦୀଙ୍କୁ ଓ ତାଙ୍କର ସମର୍ଥକଙ୍କୁ କଠିନରୁ କଠିନ ଦଣ୍ଡ ମିଳିବା ଉଚିତ । ରୁଷର ରାଷ୍ଟ୍ରପତି ପୁଟିନଙ୍କର ଏହି ଫୋନ୍‌ ଏମିତି ସମୟରେ ଆସିଛି, ଯେବେ ଗତ
ମାସରେ ୨୨ ଅପ୍ରେଲରେ ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କୀ ହମଲାରେ ୨୬ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା । ସେବେଠାରୁ ଭାରତ ଓ ପାକିସ୍ତାନର ସମ୍ୱନ୍ଧ ଲଗାତାର ବିଗିଡ଼ିବାରେ ଲାଗିଛି । ଜାୟସୱାଲ ଲେଖିଛନ୍ତି, ପହଲଗାମ ହମଲାକୁ ନେଇ କଥାବାର୍ତ୍ତା ବ୍ୟତୀତ ଉଭୟ ନେତାମାନେ ଭାରତରୁଷର ବିଶେଷ ସମ୍ୱନ୍ଧ ଓ ଉତ୍ତମ ରଣନୀତିକ ସମ୍ୱନ୍ଧକୁ ଆହୁରି ଭଲ ଭାବେ ମଜବୁତ କରିବାକୁ ନିଜର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି । କଥାବାର୍ତ୍ତା ବେଳେ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ପୁଟିନଙ୍କୁ ବର୍ଷର ଶେଷରେ ହେବାକୁଥିବା ଶିଖର ସମ୍ମିଳନୀରେ ଭାରତ ଆସିବାକୁ ମଧ୍ୟ ନିମନ୍ତ୍ରଣ ଦେଇଛନ୍ତି ଏବଂ ଏହାସହ ତାଙ୍କୁ ବିଜୟ ଦିବସ ପରେଡ୍ ପାଇଁ ମଧ୍ୟ ଶୁଭକାମନା ଜଣାଇଛନ୍ତି । ଜୟସୱାଲ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ରୁଷର ବିଜୟ ଦିବସର ୮୦ତମ ବାର୍ଷିକୀ ଅବସରରେ ରାଷ୍ଟ୍ରପତି ପୁଟିନଙ୍କୁ ଶୁଭକାମନା ଦେଇଛନ୍ତି ଏବଂ ତାଙ୍କୁ ଚଳିତ ବର୍ଷର ଶେଷରେ ହେବାକୁଥିବା ବାର୍ଷିକ ଶିଖର ସମ୍ମିଳନୀରେ ସାମିଲ ହେବାକୁ ଭାରତ ନିମନ୍ତ୍ରଣ କରିଛନ୍ତି ।

Leave A Reply

Your email address will not be published.