କଲ୍ୟାଣସିଂହପୁର,: ଦିନ ଥିଲା କୃଷି ଫାର୍ମକୁ ଲୋକମାନେ ଦେଖିବାକୁ ଯାଉଥିଲେ । ସେଠାରେ ଉତ୍ପାଦିତ ହେଉଥିବା ଅଙ୍ଗୁର,କମଳା, ପିଜୁଳି ଆମ୍ବ ନଡ଼ିଆ ସୀତା ଫଳ ଲେମ୍ବୁ ବରକୋଳି ଓ ଧାନ ·ଷକୁ ଦେଖି କେମିତି ଉନ୍ନତ ମାନର କାର୍ଯ୍ୟ କରି ବି ଓ ଦୁଇ ପଇସା ରୋଜଗାର କରିବି ବୋଲି । କିନ୍ତୁ ସରକାରୀ ଅଧିକାରୀଙ୍କ ଉଦାସୀନତା ଅନିଚ୍ଛା ଯୋଗୁଁ ଆଜି ଶ୍ରୀହୀନ ହୋଇ ପଡି ରହିଥିବା ଦେଖିବାକୁ ମିଳିଛି ।ଏହା ହେଉଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ନାରାୟଣପୁର ଠାରେ ଥିବା ସର୍ବ ପୁରାତନ ସରକାରୀ କୃଷି ଫାର୍ମ । ଏହି ଫାର୍ମକୁ ସରକାର ·ଷୀର ବୈଧିକ ବିକାଶ ଓ ଚିନ୍ତାଧାରା ବଦଳାଇବା ପାଇଁ ରାଜ୍ୟ ଓ ବାହାର ରାଜ୍ୟରୁ ·ଷୀକ୍ନୁ ପରିଦର୍ଶନରେ ଆଣି ଶିକ୍ଷା ଦେଉଥିଲେ । ଲୋକେ ଶିକ୍ଷା ଗ୍ରହଣ କରି ଲାଭବାନ ମଧ୍ୟ ହେଉଥିଲେୟଏହି କୃଷି ଫାର୍ମରେ ୨୧ ଏକରରୁ ଅଧିକ ଜମିରେ ଧାନ ·ଷ ହେଉଛିୟକର୍ପୁର ଉଡି ଯାଉଛି କିନ୍ତୁ କନା ରହି ଯାଇଛି କହିଲେ ଭୁଲ ହେବନାହିଁ । ଏଠାରେ ଥିବା କର୍ମ·ରୀଙ୍କ ଇଚ୍ଛା ଶକ୍ତି ନଥିବାରୁ କିଛି ଜମି ପଡିଆ ପଡୁଥିବା ଦେଖିବାକୁ ମିଳିଛି । ଦିନକୁ ଦିନ ଧାନର ·ହିଦା ବୃଦ୍ଧି ପାଇଛି କିନ୍ତୁ ଇଚ୍ଛା ଶକ୍ତିର ଅଭାବ ରହିଛି ଯାହାଫଳରେ ଧାନର ଉତ୍ପାଦନ କ୍ଷମତା କମିବାରେ ଲାଗିଛି । ସେହିପରି ଉଦ୍ୟାନ କୃଷି ବଦଳରେ କପା ·ଷ କରାଯାଉଛି କପା କେତେ ହେଉଛି ବିକ୍ରି ପରେ ଉକ୍ତ ଟଙ୍କାର ହିସାବ ମିଳୁନି ବୋଲି ·ଷୀ ମାନେ ଅଭିଯୋଗ କରିଛନ୍ତି । ଯାହାକି ଉଦ୍ୟାନ କୃଷିରୁ ·ଷୀକ୍ନୁ ମନ ବଦଳାଇବା ପାଇଁ ହୀନ ପ୍ରୟାସ ଆରମ୍ଭ କରାଯାଇଛି । ଉଦ୍ୟାନ କୃଷି ପାଇଁ ସରକାର ବିଭିନ୍ନ ଯୋଜନା ଆରମ୍ଭ କରି ·ଷୀଙ୍କ ଅର୍ଥକୁ ଦୁଇଗୁଣ କରିବା ପାଇଁ ଚେଷ୍ଟା କରୁଥିବା ବେଳେ ଏଠାରେ ବ୍ୟତିକ୍ରମ ହୋଇଛି । ·ଷୀଙ୍କ ନିମନ୍ତେ ଆସୁଥିବା ଜିନିଷ ଗୁଡିକ ଖତ ଖାଉଛି । ସେହିପରି ଦୀର୍ଘ ପ·ଶ ବର୍ଷରୁ ଅଧିକ ହେବ ନଡ଼ିଆଗଛ ଲଗାଇ ·ଷୀକୁ ସଚେତନତା ସୃଷ୍ଟି କରାଯାଇ । ବଡ଼ ବଗି· ରେ ନଡ଼ିଆ ଗଛ ଲଗାଇବା ପାଇଁ କୁହାଯାଉଥିଲା । କିନ୍ତୁ ପ·ଶ ବର୍ଷ ଧରି ଲାଗି ରହିଥିବା ନଡ଼ିଆ ଗଛର ଉତ୍ପାଦନ କମିଛି ଓ ଗଛ ଶୁଖି ସୁଖୀ ମରି ଯାଇଛି । ବହୁ ନଡ଼ିଆ ଗଛ ମରି ବଗି· ଖାଲି ହେବାକୁ ଯାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଜିଲ୍ଲା କୃଷି ଅଧିକାରୀଙ୍କ ଅନିଚ୍ଛା କାରଣରୁ ଶ୍ରୀହୀନ ହୋଇ ପଡ଼ିଛି କହିଲେ ଭୁଲ ହେବନାହିଁ ।ବର୍ଷ ବର୍ଷ ଧରି ନଡିଆ ଗଛ କୁ ରକ୍ଷଣା ବ୍ୟକ୍ଷଣ ହୋଇ ନଥିବାରୁ ଭଲ ଫଳ ମଧ୍ୟ ଦେଉ ନାହିଁ ।ଏହି କୃଷି ଫାର୍ମରେ ବ୍ଳକ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ରହିଥିଲେ ମଧ୍ୟ ବିକାଶ ହେବାର ନା ନେଉନି । କାର୍ଯ୍ୟାଳୟରେ ଠିକ ରୂପେ କର୍ମ·ରୀ ରହୁନଥିବା କି ଠିକ ଭାବେ ଆସୁନଥିବା ରୁ ·ଷୀ ବିଭିନ୍ନ ପରାମର୍ଶରୁ ବଞ୍ଚିତ ହେଉଛନ୍ତି ।କୃଷି ବିଭାଗ ପକ୍ଷରୁ ·ଷୀଙ୍କୁ ସଚେତନତା ସୃଷ୍ଟି କରିବା ଆଦୌ ହେଉନଥିବାରୁ ·ଷୀମାନର ·ଷ କାମ ଛାଡି ଦାଦନ ·ଲି ଯାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ।କୃଷକ ସାଥୀଙ୍କୁ ଆଜିଯାଏ ଗାଁ ଗଣ୍ଡାର ·ଷୀ ମାନେ ଚିହ୍ନି ପାରୁ ନାହାଁନ୍ତି । ଏହି ଫାର୍ମରେ କୋଠା ମାନ ର୍ନିମାଣ ହେଉଥିଲେ ମଧ୍ୟ ଅତି ନିମ୍ନମାନର କାର୍ଯ୍ୟ ହୋଇଥବା ଅଭିଯୋଗ ହୋଇଛି । ୬୫ଲକ୍ଷ ଟଙ୍କା ବ୍ୟୟ କରି ପାଚେରୀ ନିର୍ମାଣ କରାଯାଇଛି କିନ୍ତୁ ·ଷୀଙ୍କ ଉତ୍ତତି ହୋଇପାରୁନାହିଁ ୟବିଭିତ୍ତ ସମୟରେ ·ଷୀ ରୋଗ ପୋକ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସମସ୍ୟା ପାଇଁ ଆସିଲେ କାର୍ଯ୍ୟାଳୟରେ କେହି ରହୁ ନଥିବାରୁ ନିରାଶ ରେ ଫେରି ଯାଉଥିବା ଦେଖିବାକୁ ମିଳିଛି । ସରକାରଙ୍କ ବିଭିନ୍ନ ଯୋଜନାରେ ଇନପୁଟ ସବ୍ସିଡି ·ଷୀଙ୍କୁ ମିଳୁନଥିବାରୁ ·ଷ ପ୍ରତି ମୁହଁ ଫେରାଉ ଛନ୍ତି ·ଷୀୟଉକ୍ତ କୃଷି ଫାର୍ମକୁ ପୁନର୍ଜିବିତ କରିବା ସହ ·ଷୀଙ୍କୁ ସମସ୍ତ ସରକାରୀ ସହାୟତା ଯୋଗାଇବା ସହ ଅଧିକାରୀ ଓ କର୍ମ·ରୀ ମାନେ ·ଷୀଙ୍କ ସମ୍ପର୍କରେ ଆସିବା ଜରୁରୀ ହୋଇ ପଡିଛି ।ଏଣୁ ଜିଲାପାଳ ଦୃଷ୍ଟି ଦେଇ ·ଷୀଙ୍କ ହିତରେ କୃଷି ଫାର୍ମକୁ ·ଷୀଙ୍କ ଉଦେ୍ଦଶ୍ୟରେ ଲଗାଇବା ପାଇଁ ଦାବି ହୋଇଛି ।