ସାଲେପୁର ଫାର୍ମାସୀ କଲେଜ ର 42ତମ ବାର୍ଷିକ ଉତ୍ସବ

0 106

ସାଲେପୁର, :  ସାଲେପୁର ଇନଷ୍ଟିଚ୍ୟୁଟ ଅଫ ଫାର୍ମାସୀ ର 42ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି |କଲେଜ ର ଅଧ୍ୟକ୍ଷପ୍ରବୀର କୁମାର ସିନ୍ହା ମହାପାତ୍ର ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥିଭାବେ ସ୍ୱାମୀ ବିବେକାନନ୍ଦ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ରିହାବିଲିଏସନ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ ଓଲଟପୁରର ନିର୍ଦେଶକ ଡ଼. ପତିତପାବନ ମହାନ୍ତି ଯୋଗ ଦେଇ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ |ମୁଖ୍ୟ ବକ୍ତା ଭାବେ ରମାଦେବୀ ବିଶ୍ୱବିଦ୍ୟାଳୟ ର ଓଡ଼ିଆ ବିଭାଗମୁଖ୍ୟ ଡ଼ ସଂଘମିତ୍ରା ଭଞ୍ଜ ଯୋଗ ଦେଇ ଉପାଦେୟ ବକ୍ତବ୍ୟ ରଖିଥିଲେ | ଅନୁଷ୍ଠାନ ର ପରିଚାଳନା କମିଟି ସଦସ୍ୟ ଡ଼ ମହେନ୍ଦ୍ର କୁମାର ମହାନ୍ତି, ପୃଥ୍ଵୀବଲ୍ଲଭ ପଟ୍ଟନାୟକ,ସତ୍ୟ ନାରାୟଣ ଦାଶ, ଭାରତ ଭୂଷଣ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଅନୁଷ୍ଠାନ ସମ୍ପର୍କରେ ଉପାଦେୟ ବକ୍ତବ୍ୟ ରଖିଥିଲେ | ପରିଚାଳନା କମିଟି ସଭାପତି ପ୍ରଫେସର ଦେବୀ ପ୍ରସାଦ ଦାଶ ଯୋଗ ଦେଇ ପ୍ରତିଷ୍ଠାତା ଜଷ୍ଟିସ ଯୁଗଳ କିଶୋର ମହାନ୍ତି ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ | ଅନୁଷ୍ଠାନ ର ଆନ୍ଥେମ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା | ଅଧ୍ୟାପିକା ଶ୍ୟାମଳୀ ଶତପଥୀଅତିଥି ପରିଚୟ ପ୍ରଦାନ କରିଥିଲେ | କାର୍ଯ୍ୟକ୍ରମ ର ପରିଚାଳକ ଡ଼ ଅଶ୍ୱିନୀ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ |କାର୍ଯ୍ୟକ୍ରମ ସମ୍ପାଦନ ରେ ସମସ୍ତ ଅଧ୍ୟାପକ, କର୍ମଚାରୀ ସହାୟତା କରିଥିଲେ |

Leave A Reply

Your email address will not be published.