ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଇଡି ହେଲେ ଅନନ୍ତ ଅମ୍ବାନୀ : ମେ ପହିଲାରୁ ଦାୟିତ୍ୱ ସମ୍ଭାଳିବେ

0 104

ମୁମ୍ବାଇ,: ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି । ଗତକାଲି ଅନୁଷ୍ଠିତ କମ୍ପାନୀର ବୋର୍ଡ ବେଠକରେ ଅନନ୍ତଙ୍କୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ପୂର୍ଣ୍ଣକାଳୀନ ସଦସ୍ୟ ତଥା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଇଡି) ଭାବେ ୫ ବର୍ଷ ପାଇଁ ନିଯୁକ୍ତ କରାଯାଇଥିବା ଘୋଷଣା କରାଯାଇଛି । ଆସନ୍ତା ମାସ ପହିଲାରୁ ସେ ଏହି ଦାୟିତ୍ୱ ସମ୍ଭାଳିବେ । କମ୍ପାନୀ ପକ୍ଷରୁ ଉଭୟ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଓ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜକୁ ଏ ସଂପର୍କରେ ସୂଚନା ଦିଆଯାଇଛି । ୨୦୨୩ରୁ ଅନନ୍ତ କମ୍ପାନିର ଅଣ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରହିଛନ୍ତି । ଏଥିସହିତ ସେ ୨୦୨୦ ମାର୍ଚ୍ଚରୁ ଜିଓ ପ୍ଲାଟଫର୍ମ ଲିମିଟେଡର ବୋର୍ଡରେ, ୨୦୨୨ ମେ\’ ରୁ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ ବୋର୍ଡରେ ଏବଂ ୨୦୨୧ ଜୁନରୁ ରିଲାଏନ୍ସ ନ୍ୟୁ ଏନର୍ଜି ଲିମିଟେଡ ଓ ରିଲାଏନ୍ସ ନ୍ୟୁ ସୋଲାର ଏନର୍ଜି ଲିମିଟେଡ ବୋର୍ଡରେ କାର୍ଯ୍ୟ କରୁଛନ୍ତି । ରିଲାଏନ୍ସ ଫାଉଣ୍ଡେସନର ବୋର୍ଡରେ ମଧ୍ୟ ସେ ୨୦୨୨ରୁ କାର୍ଯ୍ୟ କରୁଛନ୍ତି । ଅମ୍ବାନୀଙ୍କ ୩ ସନ୍ତାନଙ୍କ ମଧ୍ୟରୁ ଅନନ୍ତ ପ୍ରଥମେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପଦରେ ନିଯୁକ୍ତି ପାଇଛନ୍ତି । ବଡ଼ ଭାଇ ଆକାଶ ଅମ୍ବାନୀ ୨୦୨୨ରୁ ରିଲାଏନ୍ସ ଜିଓର ଅଧ୍ୟକ୍ଷ ରହିଛନ୍ତି । ସେହିଭଳି ଭଉଣୀ ଇଶା ଅମ୍ବାନୀ ରିଲାଏନ୍ସ ରିଟେଲ ବ୍ୟବସାୟର ନେତୃତ୍ୱ ନେଉଛନ୍ତି ।

Leave A Reply

Your email address will not be published.