ପାହଲଗାମ ଆତଙ୍କବାଦୀ ଆକ୍ରମଣ ପ୍ରତିବାଦରେ କ୍ୟାଣ୍ଡେଲ ଶୋଭାଯାତ୍ରା

0 69

ପାରାଦୀପ,: ଜମ୍ମୁ ଓ କାଶ୍ମୀରର ପାହଲଗାମ ଠାରେ ହୋଇଥିବା ଆତଙ୍କବାଦୀ ବର୍ବର ଆକ୍ରମଣକୁ ଦୃଢ଼ ନିନ୍ଦା କରି ପାରାଦୀପ ମହାବିଦ୍ୟାଳୟ ଓ ଏନସିସି ପ୍ରାକ୍ତନ ଛାତ୍ର ସଂସଦ ମିଳିତ ଆନୁକୂଲ୍ୟରେ ଗୁରୁବାର ସନ୍ଧ୍ୟାରେ ଏକ ପ୍ରତିବାଦ ସୂଚକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରା ମହାବିଦ୍ୟାଳୟ ପରିସରରୁ ବାହାରି ବନ୍ଦର
ସହରର ବିଭିନ୍ନ ମୁଖ୍ୟ ରାସ୍ତା ଓ ଛକ ପରିକ୍ରମା କରି ବଡ଼ପଡ଼ିଆ ସ୍ଥିତ ମା’ ଶାରଳା ମନ୍ଦିର ଠାରେ ଶେଷ ହୋଇଥିଲା । ଗତ ୨୨ ତାରିଖରେ କାଶ୍ମୀରର ପହଲଗାମ ଠାରେ ନିରୀହ ପର୍ଯ୍ୟଟକ ମାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ୨୭ ଜଣଙ୍କ ଦୁଃଖଦ ମୃତ୍ୟୁ ଘଟିଥିଲା । ସଂସଦର ପ୍ରାକ୍ତନ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ମୃତ ପର୍ଯ୍ୟଟକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବା ସହ ମା\’ ଶାରଳାଙ୍କ ପାଖରେ ଦୀପ ପ୍ରଜ୍ୱଳନ କରି ସେମାନଙ୍କ ଆତ୍ମାର ସଦଗତି ନିମନ୍ତେ ସାମୁହିକ ପ୍ରାର୍ଥନା କରାଯିବା ସହ ସରକାର ଆତଙ୍କବାଦୀଙ୍କ ବିରୁଦ୍ଧରେ ଦୃଢ଼ ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପାରାଦୀପ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ.ସସ୍ମିତା ଶତପଥୀ, ଅଧ୍ୟାପକ ତଥା ଏନସିସି ଅଧିକାରୀ ଲେଫ୍ଟନାଣ୍ଟ କମାଣ୍ଡର ଅକ୍ଷୟ ମିଶ୍ର, ଅଧ୍ୟାପକ ଗଣେଶ୍ୱର ପାତ୍ର, ଦୁଇ ପ୍ରାକ୍ତନ ଛାତ୍ର ସଂସଦର କର୍ମକର୍ତ୍ତା ମାନେ ସାମିଲ ହୋଇଥିଲେ । ତେବେ ଏଭଳି ଦୁଃଖଦ ଘଟଣାରେ ପାରାଦୀପରେ କୌଣସି ରାଜନୈତିକ ଦଳ, ସଂଗଠନ ଓ ଅନୁଷ୍ଠାନ ପକ୍ଷରୁ ପ୍ରତିବାଦ ବା ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ କରନଯିବା ଘଟଣାକୁ ନେଇ ସାଧାରଣରେ ଚର୍ଚ୍ଚା ଚାଲିଛି ।

Leave A Reply

Your email address will not be published.