ପହଲଗ୍ରାମ ଆତଙ୍କୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୧୦-୧୦ ଲକ୍ଷ ଟଙ୍କା ଦେବେ ଜାମ୍ମୁ-କାଶ୍ମୀର ସରକାର

0 99

ଜାମ୍ମୁ ,: ଜାମ୍ମୁକାଶ୍ମୀର ସରକାର ପହଲଗ୍ରାମ ଆତଙ୍କୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୨ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେବାକୁ ଘୋଷଣା କରିଛନ୍ତି । ସରକାର ପୀଡିତମାନେ ଯେପରି ତାଙ୍କ ଘର ପର୍ଯ୍ୟନ୍ତ ସମ୍ମାନଜନକ ଭାବରେ ସେମାନଙ୍କ ଘରେ ପହଁଂଚିପାରିବେ ସେଥିପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି । ଆହତମାନଙ୍କୁ ସର୍ବୋତ୍ତମ ଚିକିତ୍ସା ସେବା ଯୋଗାଇଦିଆଯାଉଛି ।ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ କହିଛି ଯେ ନିରୀହ ନାଗରିକଙ୍କ ବିରୋଧରେ ବର୍ବର ଏବଂ ମୁର୍ଖତାପୂର୍ଣ୍ଣ ନିର୍ମମତାର ସମାଜରେ କୌଣସି ସ୍ଥାନ ନାହିଁ । କୌଣସି ଟଙ୍କା ପ୍ରିୟଜନଙ୍କ କ୍ଷତି ପାଇଁ କ୍ଷତିପୂରଣ ଦେଇପାରିବନାହିଁ, କିନ୍ତୁ ସମର୍ଥନ ଏବଂ ଏକତାର ନିଦର୍ଶନ ସ୍ୱରୁପ ଜାମ୍ମୁକାଶ୍ମୀର ସରକାର ମୃତକଙ୍କ ପରିବାରର ପ୍ରତ୍ୟେକଙ୍କୁ ୧୦-୧୦ ଲକ୍ଷ ଟଙ୍କା, ଗୁରୁତର ଆହତଙ୍କୁ ୨-୨ ଲକ୍ଷ ଟଙ୍କା ଏବଂ ସାମାନ୍ୟ ଭାବରେ ଆହତ ଲୋକଙ୍କୁ ୧-୧ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବେ ।

Leave A Reply

Your email address will not be published.