ପଶ୍ଚିମବଙ୍ଗରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ପ୍ରତିବାଦରେ ବିଶ୍ୱହିନ୍ଦୁ ପରିଷଦର ପ୍ରତିବାଦସଭା

0 71

ଖୋର୍ଦ୍ଧା,: ୱାକଫ ଆଇନକୁ ବିରୋଧ କରିବା ନାମରେ ୧୧ ଅପ୍ରେଲ ୨୦୨୫ରେ ମୁସଲିମ ଜନତାଙ୍କ ଦ୍ୱାରା ହିଂସାତ୍ମକ ପ୍ରଦର୍ଶନ ର ପ୍ରକୃତ ଉଦେଶ୍ୟ ଥିଲା ମୁର୍ଶୀଦାବାଦକୁ ହିନ୍ଦୁମୁକ୍ତ କରିବା । ଧର୍ମାନ୍ଧ ଜିହାଦି ମାନେ ହିନ୍ଦୁ ସମ୍ପ୍ରଦାୟର ୨୦୦ରୁ ଅଧିକ ଘର ଏବଂ ବାଣିଜ୍ୟକ ପ୍ରତିଷ୍ଠାନ ଲୁଟ୍ କରିବା ସହିତ ନିଆଁ ଲଗେଇ ଦେଇଥିଲେ । ଶହ, ଶହ ହିନ୍ଦୁ ମାନଙ୍କୁ ମରଣାତ୍ମକ ଆକ୍ରମଣ କରିବା ସହିତ, ତିନି ଜଣଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିବା ସହିତ ମହିଳାମାନଙ୍କୁ ବଳତ୍କାର କରାଯାଇଥିଲା । ଫଳସ୍ୱରୂପ ୫୦୦ରୁ ଊର୍ଦ୍ଧ୍ୱ ହିନ୍ଦୁ ପରିବାରକୁ ମୁର୍ଶୀଦାବାଦ ଛାଡିବାକୁ ପଡିଥିଲା । ସେମାନଙ୍କ ପାଖକୁ ଯାଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମବେଦନା ଜଣାଇବା ପରିବର୍ତ୍ତେ ଦଙ୍ଗା ସୃଷ୍ଟି କରୁଥିବା ମୁସଲମାନ ମାନଙ୍କୁ ଭେଟିଛନ୍ତି । ମମତା ସରକାର ପଶ୍ଚିମବଙ୍ଗରେ ଭାରତର ସଂସଦୀୟ ଢାଞ୍ଚାକୁ ନଷ୍ଟ କରି ନିଜ ସରକାର ଏବଂ ଭୋଟ ବ୍ୟାଙ୍କକୁ ଦେବା ଭଳି କାର୍ଯ୍ୟ କରୁଛନ୍ତି । ପଶ୍ଚିମବଙ୍ଗରେ ଜାତୀୟ ସୁରକ୍ଷା ବିପଦରେ ଅଛି । ବାଙ୍ଗଲାଦେଶୀ ଏବଂ ରୋହିଙ୍ଗା ଅନୁପ୍ରବେଶକାରୀଙ୍କୁ ମୁକ୍ତ ଭାବରେ ପ୍ରବେଶ କରିବାକୁ ଦିଆଯାଉଛି । ପାକିସ୍ତାନୀ ଏବଂ ବାଙ୍ଗଲାଦେଶୀ ଆତଙ୍ଗବାଦୀ ସଂଗଠନ ଗୁଡିକର କାର୍ଯ୍ୟକଳାପ ବୃଦ୍ଧି ପାଇଛି । ପଶ୍ଚିମବଙ୍ଗ ସରକାର ଅସାମାଜିକ ତତ୍ତ୍ୱ ଏବଂ ଜିହାଦୀ ଗୁଣ୍ଡାମାନଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରିବାକୁ ବାଧ୍ୟ ହେଉଛି । ଏହାର ପ୍ରତିବାଦରେ ବିଶ୍ୱହିନ୍ଦୁ ପରିଷଦ ଖୋର୍ଦ୍ଧା ଜ଼ିଲ୍ଲା ପକ୍ଷରୁ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ପଶ୍ଚିମବଙ୍ଗରେ ତୁରନ୍ତ ରାଷ୍ଟ୍ରପତି ଶାସନ ଲାଗୁ କରିବା, ପଶ୍ଚିମବଙ୍ଗ ହିଂସାର ତଦନ୍ତ ଏନଆଇଏ ତଦନ୍ତ କରାଯାଇ, ଦୋଷୀମାନଙ୍କୁ ଦଣ୍ଡ ଦିଆଯିବା, ଆଇନ ଶୃଙ୍ଖଳାର ନିୟନ୍ତ୍ରଣ କେନ୍ଦ୍ରୀୟ ସୁରକ୍ଷାବାହିନୀକୁ ହସ୍ତାନ୍ତର କରାଯିବା, ବାଂଲାଦେଶୀ ଏବଂ ରୋହିଙ୍ଗ୍ୟା ଅନୁପ୍ରବେଶକାରୀଙ୍କୁ ଚି଼ହ୍ନଟ କରି ବାହାର କରାଯିବା, ମମତା ବାନାର୍ଜୀଙ୍କ ଦ୍ୱାରା ବନ୍ଦ କରାଯାଇଥିବା ବଙ୍ଗ ଏବଂ ବାଂଲାଦେଶ ମଧ୍ୟରେ ୪୫୦ କିଲୋମିଟର ସୀମାରେ ତାର ବିଛା କାର୍ଯ୍ୟ ଶୀଘ୍ର ଆରମ୍ଭ କରାଯିବା ନେଇ ଏକ ଦାବିପତ୍ର ଖୋର୍ଦ୍ଧା ଜ଼ିଲ୍ଲାପାଳଙ୍କ ମାଧ୍ୟମରେ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ପ୍ରଦାନ କରାଯାଇଥିଲା । ଏହି ପ୍ରତିବାଦ ସଭାରେ ଖୋର୍ଦ୍ଧା ଜ଼ିଲ୍ଲା ବିଶ୍ୱହିନ୍ଦୁ ପରିଷଦର ସମସ୍ତ କର୍ମକର୍ତ୍ତା ଉପସ୍ଥିତଥିଲେ ।

Leave A Reply

Your email address will not be published.