ଖୁବଶୀଘ୍ର ଆତଙ୍କବାଦୀ ଆକ୍ରମଣର ଦୃଢ ଜବାବ ଦେବ ଭାରତ

0 64

ନୂଆଦିଲ୍ଲୀ, : ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ସାରା ଦେଶ ଏବେ କ୍ରୋଧରେ ରହିଛି । ଆତଙ୍କବାଦୀ ଏବଂ ସେମାନଙ୍କର ମାଲିକ ପାକିସ୍ତାନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିରନ୍ତର ଦାବି ହେଉଛି । ଚନାଥାଉକି,ଯେ ଏହି ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରୁ ଅଧିକାଂଶ ପର୍ଯ୍ୟଟକ ଥିଲେ । ଏବେ, ଏହି ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଏହି ଆତଙ୍କବାଦୀ ଆକ୍ରମଣର ଉଚିତ ଜବାବ ଦିଆଯିବ ବୋଲି ରାଜନାଥ ସିଂହ କହିଛନ୍ତି । ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ, ଆମେ ଅନେକ ନିର୍ଦ୍ଦୋଷ ଲୋକଙ୍କ ଜୀବନ ହରାଇଛୁ । ମୁଁ ମୃତକଙ୍କ ପରିବାର ପ୍ରତି ମୋର ସମବେଦନା ପ୍ରକାଶ କରୁଛି । ଭାରତ ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ନୀତି ବଜାୟ ରଖିଛି । ମୁଁ ଦେଶବାସୀଙ୍କୁ ଆଶ୍ୱସ୍ତ କରିବାକୁ ଚାହୁଁଛି ଯେ ସରକାର ପ୍ରତ୍ୟେକ ଆବଶ୍ୟକୀୟ ପଦକ୍ଷେପ ନେବ । ଏହି ଆତଙ୍କବାଦୀ ଆକ୍ରମଣର ଦୋଷୀଙ୍କ ସହିତ ଏହା ପଛରେ ଲୁଚି ରହିଥିବା ଲୋକ ମାନଙ୍କୁ ମଧ୍ୟ ଧରାଯିବ । ମୁଁ ଦେଶକୁ ଆଶ୍ୱସ୍ତ କରିବାକୁ ଚାହୁଁଛି ଯେ, ଏକ ଉପଯୁକ୍ତ ଏବଂ ସ୍ପଷ୍ଟ ଜବାବ ଦିଆଯିବ । ରାଜନାଥ ସିଂହ ଆହୁରି କହିଛନ୍ତି ଯେ ଏହାର ଫଳାଫଳ ଖୁବ୍ ଶୀଘ୍ର ଆସିବ । ପ୍ରତିରକ୍ଷା ମନ୍ତ୍ରୀ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ପହଲଗାମରେ ଆତଙ୍କବାଦୀଙ୍କ ଦ୍ୱାରା ହୋଇଥିବା କାପୁରୁଷୋଚିତ ଆକ୍ରମଣରେ ଏକ ନିର୍ଦ୍ଦିଷ୍ଟ ଧର୍ମକୁ ଟାର୍ଗେଟ କରାଯାଇଛି । ଏହି ଆକ୍ରମଣରେ ଆମ ଦେଶ ଅନେକ ନିର୍ଦ୍ଦୋଷ ନାଗରିକଙ୍କୁ ହରାଇଛି । ଏହି ଅତ୍ୟନ୍ତ ଅମାନବୀୟ କାର୍ଯ୍ୟ ଆମ ସମସ୍ତଙ୍କୁ ଗଭୀର ଦୁଃଖ ଏବଂ ଯନ୍ତ୍ରଣାରେ ଡୁବାଇ ଦେଇଛି । ସର୍ବପ୍ରଥମେ, ମୁଁ ସେମାନଙ୍କ ପ୍ରିୟଜନଙ୍କୁ ହରାଇଥିବା ସମସ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଉଛି । ଏହି ଦୁଃଖଦ ସମୟରେ, ମୁଁ ଈଶ୍ୱରଙ୍କ ନିକଟରେ ଦିବଙ୍ଗତ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରୁଛି । ସେହିପରି ବୁଧବାର ଜାମ୍ମୁରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଆତଙ୍କବାଦୀଙ୍କ ଆକ୍ରମଣରେ ମୃତ ପର୍ଯ୍ୟଟକଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି । ସେ ଜମ୍ମୁ ଗସ୍ତ କରି ପୋଲିସ କଣ୍ଟ୍ରୋଲ ରୁମରେ ଥିବା ଶବଧାରରେ ସେ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହି ସମୟରେ ସେଠାରେ ଥିବା ଓଡିଆ ପର୍ଯ୍ୟଟକ ପ୍ରଶାନ୍ତ ଶତପଥୀଙ୍କ ପରିବାର ଲୋକଙ୍କୁ ସାକ୍ଷାତ କରିଥିଲେ ସାଂସଦ ଅପରାଜିତା । ପ୍ରଶାନ୍ତ ନିଜ ପରିବାର ସହିତ ଜମ୍ମୁ କାଶ୍ମୀରର ପହଲଗାମ ବୁଲିବାକୁ ଯାଇଥିଲେ । ସେଠାରେ ଆତଙ୍କବାଦୀମାନେ ପ୍ରଶାନ୍ତଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଅଳ୍ପକେ ତାଙ୍କର ପତ୍ନୀ ଏବଂ ପୁଅ ରକ୍ଷା ପାଇଯାଇଛନ୍ତି । ପୋଲିସ କଣ୍ଟ୍ରୋଲ ରୁମରେ ଥିବା ଶବ ଧାରରେ ପୁଷ୍ପମାଲ୍ୟ ଦେବା ପରେ ସେ ପ୍ରଶାନ୍ତଙ୍କ ପତ୍ନୀ ଏବଂ ପୁଅକୁ କୁଣ୍ଢାଇ ସାନ୍ତନ୍ୱା ଦେଇଛନ୍ତି । ପ୍ରଶାନ୍ତ ହେଉଛନ୍ତି ବାଲେଶ୍ୱର ଜିଲ୍ଲାର ରେମୁଣା ଇଶାନୀ ଗାଁର ।

Leave A Reply

Your email address will not be published.