ପରିବାରେ ଗଞ୍ଜାମ ଜିଲ୍ଲା ଏକ ପ୍ରମୁଖ ବାଣିଜ୍ୟିକ ସ୍ଥଳୀ

0 61

ବ୍ରହ୍ମପୁର,: ବ୍ରହ୍ମପୁରରେ ଦୁଇ ମାସ ତଳେ ପରିବା ଦର ହୁ ହୁ ହୋଇ ବଢ଼ିଥିବା ବେଳେ ୫୦୦ ଟଙ୍କାରେ ବ୍ୟାଗ୍ ଭର୍ଭି ହେଉଥିଲା ଓ ବର୍ତ୍ତମାନ ୧୫ ଦିନ ହେବ ପରିବା ଦର ନିୟନ୍ତ୍ରଣାଧୀନ ରହିଛି । ୧୦୦ ଟଙ୍କାରେ ବ୍ୟାଗ୍ ଭର୍ତ୍ତି ପରିବା ମିଳୁଛି ଓ ବ୍ରହ୍ମପୁର ଗଞ୍ଜାମ ଜିଲ୍ଲାର ଏକ ପ୍ରମୁଖ ବାଣିଜ୍ୟିକସ୍ଥଳୀ ହୋଇଥିବା ବେଳେ ନାସିକ୍‌, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ଛତିଶଗଡ଼, ରାୟପୁରରୁ ଆସୁଥିବା ପରିବା ଟ୍ରକ୍ ଗୁଡ଼ିକ ରାତି ତିନିଟାରୁ ବିଭିନ୍ନ ପ୍ରକାର ପରିବା ନେଇ ଆସୁଛନ୍ତି । ସେହିପରି ପଶ୍ଚିମବଙ୍ଗରୁ ମଧ୍ୟ ଗାଡ଼ି ଭର୍ଭି ଆଳୁ ପିଆଜ ଆସୁଛି । ଏଠାକୁ ଦୈନିକ ୧୫ରୁ ୨୦ ପରିବା ଟ୍ରକ୍‌ କେବଳ ବାହାର ରାଜ୍ୟରୁ ଆସୁଛି । ସେହିଭଳି ସ୍ଥାନୀୟ ପରିବା ମଧ୍ୟ ଏଠାକୁ ଆସୁଛି । ବର୍ତ୍ତମାନ ଅନ୍ୟ ପରିବା ଅପେକ୍ଷା ବଜାରରେ କସି ପଣସର ଚାହିଦା ଅଧିକ ଦେଖିବାକୁ ମିଳୁଛି । କେହି କେହି ପଣସ ଗୋଟିକୁ ୨୦ ଟଙ୍କା କିମ୍ବା କିଲୋ ୨୦ ଟଙ୍କାରେ ବିକ୍ରି କରୁଛନ୍ତି । ବ୍ରହ୍ମପୁର ବଜାରରେ ଆଳୁ ପାଞ୍ଚ କିଲୋକୁ ୭୫ ଟଙ୍କା, ପିଆଜ କିଲୋ ୨୫ ଟଙ୍କା, କଲରା କିଲୋ ୨୦ ଟଙ୍କା, ଝୁଲଣା କିଲୋ୨୦, ମଟରକିଲୋ ୪୦, ଫୁଲ କୋବି କିଲୋ ୨୦, ଅମୃତଭଣ୍ଡା କିଲୋ ୨୦, ବନ୍ଧା କୋବି କିଲୋ ୧୫, ସଜନା ଛୁଇଁ କିଲୋ ୩୦ ଟଙ୍କା, ବିନିସ୍ କିଲୋ ୩୫ ଟଙ୍କା, ଦେଶୀ ଆଳୁ କିଲୋ ୩୦ ଟଙ୍କା, ବାଇଗଣ କିଲୋ ୨୦ ଟଙ୍କା ରହିଛି । ବର୍ତ୍ତମାନ ପରିବା ଦର ନିୟନ୍ତ୍ରଣାଧିନ ରହିଥିବାରୁ ଲୋକେ ଆଶ୍ୱସ୍ତି ଲାଭ କରିଛନ୍ତି । ଅପରପକ୍ଷେ ଆଗାମୀ କିଛିଦିନ ପାଇଁ ନିୟନ୍ତ୍ରଣାଧୀନ ରହିବ ବୋଲି ବ୍ରହ୍ମପୁର ପରିବା ବ୍ୟବସାୟୀମାନେ କହିଛନ୍ତି ।

Leave A Reply

Your email address will not be published.