୨୦୨୫ ଆର୍ଥିକ ବର୍ଷରେ ରେକର୍ଡ, ଆଇଟିଆର ଦାଖଲ କଲେ ୯.୧୯ କୋଟ

0 112

ନୂଆଦିଲ୍ଲୀ,: ଆର୍ଥିକ ବର୍ଷ ୨୦୨୪- ୨୫ରେ ନୂଆ ରେକର୍ଡ ସୃଷ୍ଟି ହୋଇଛି । ଗତ ମାର୍ଚ୍ଚ ୩୧ ସୁଧା ଦେଶରେ ରେକର୍ଡ ୯.୧୯ କୋଟି ଲୋକ ଆୟକର ରିଟର୍ଣ୍ଣ (ଆଇଟିଆର) ଦାଖଲ କରିଛନ୍ତି । ଏଥିରେ ମହାରାଷ୍ଟ୍ରର ସର୍ବାଧିକ ଲୋକ ସାମିଲ ଅଛନ୍ତି । ଏହି ରାଜ୍ୟର ୧.୩୯ କୋଟି ନାଗରିକ ଆଇଟିଆର ଦାଖଲ କରିଛନ୍ତି । ସୂଚନା ଅନୁଯାୟୀ ଗତ ବର୍ଷ ତୁଳନାରେ ୨୦୨୫ରେ ୭.୮୬ ପ୍ରତିଶତ ଅଧିକ ଲୋକ ଆଇଟଆର ଦାଖଲ କରିଛନ୍ତି । ୨୦୨୪ରେ ମୋଟ ୮.୫୨ କୋଟି ଲୋକ ଆଇଟିଆର ଦେଇଥିଲେ । ୨୦୨୩ରେ ଏହା ୭.୭୮ କୋଟି ଥିଲା । ୨୦୨୪ରେ ଏହାଠାରୁ ୯.୫୧ ପ୍ରତିଶତ ଅଧିକ ଲୋକ ଆୟକର ରିଟର୍ଣ୍ଣ ଦାଖଲ କରିଥିଲେ । ଦେଶରେ ଧନୀଙ୍କ ସଂଖ୍ୟା ଦ୍ରୁତଗତିରେ ବଢିବାରେ ଲାଗିଛି । ଗତ ମାର୍ଚ୍ଚ ୩୧ ସୁଦ୍ଧା ୧୦, ୮୧୪ ଲୋକ ୧୦ କୋଟିରୁ ଅଧିକ ଟଙ୍କାର ରିଟର୍ଣ୍ଣ ଦାଖଲ କରିଛନ୍ତି । ତେବେ ୫-୧୦ କୋଟି ଆୟକାରୀଙ୍କ ସଂଖ୍ୟା ୧୬, ୭୯୭ ରହିଛି । ସେହିପରି ୨.୯୭ ଲକ୍ଷ ଲୋକ ୧ରୁ ୫ କୋଟି ଟଙ୍କା ପର୍ଯ୍ୟନ୍ତ ରିଟର୍ଣ୍ଣ ଦାଖଲ କରିଛନ୍ତି । ସର୍ବାଧିକ ଆଇଟିଆର ଦାଖଲ କରିଥିବା ରାଜ୍ୟ ମଧ୍ୟରେ ମହରାଷ୍ଟ୍ର ପରେ ଉତ୍ତର ପ୍ରଦେଶ ରହିଛିୟ ଏଠାକାର ୯୧.୩୮ ଲକ୍ଷ ଲୋକ ଆଇଟିଆର ଦେଇଛନ୍ତି । ଏହା ପଛକୁ ଗୁଜରାଟ (୮୮.୫୮ ଲକ୍ଷ), ରାଜସ୍ଥାନ (୫୯.୭୭ ଲକ୍ଷ), ତାମିଲନାଡୁ (୫୭.୨୭ ଲକ୍ଷ), କର୍ଣ୍ଣାଟକ (୫୩,୬୨ ଲକ୍ଷ), ଦିଲ୍ଲୀ (୪୪.୬୬ ଲକ୍ଷ), ପଞ୍ଜାବ (୪୪.୨୬ ଲକ୍ଷ) ରହିଛି ।

Leave A Reply

Your email address will not be published.