ମାଉସୀ ମା ଘରକୁ ବୁଲିବାକୁ ଗଲେ ମା’ ବୁଢ଼ୀ ଠାକୁରାଣୀ

0 95

ବ୍ରହ୍ମପୁରର,: ମା\’ ବୁଢ଼ୀ ଠାକୁରାଣୀଙ୍କ ବାର୍ଷିକ ଯାତ୍ରାର ସପ୍ତମ ଦିନ ଏବଂ ଘଟ ପରିକ୍ରମାର ପଞ୍ଚମ ଦିନରେ ମା\’ ଜଉରା ସାହିସ୍ଥିତ ମାଉସୀମା\’ ଘରକୁ ବୁଲି ଯିବାର ବିଧି ରହିଛି । ଯାତ୍ରାରମ୍ଭ ହେବାର ୭ଦିନ ପରେ ମା\’ଙ୍କ ସୁରକ୍ଷା କବଚ ଭାବେ ରାଜା, କଟୁଆଳ ଓ. ପାଇକ ସମେତ ବହୁ ପୁଲିସଙ୍କ ଗହଣରେ ମା\’ ମାଉସୀମା\’ଙ୍କ ଘରକୁ ଯାଆନ୍ତି । ମାଉସୀମା\’ଙ୍କ ଘରକୁ ଯିବା ନେଇ ବି ରହିଛି କିମ୍ବଦନ୍ତୀ ରାଜାରାଜୁଡା ଶାସନକୁ ବ୍ରିଟିଶମାନେ ବିରୋଧ କରିବା ସହ ଏହାକୁ ଦମନ କରିବା ପାଇଁ ରାଜାମାନଙ୍କ ଦୁର୍ଗକୁ ଅକ୍ତିଆର କରୁଥିଲେ । ମହୁରୀ ରାଜାଙ୍କ ତଚାାବଧାନରେ ପରିଚାଳିତ ହେଉଥିବା ମା\’ ଯାତ୍ରା କଥା ବୁଡ଼ା ଠାକୁରାଣୀଙ୍କ ଯାତ୍ରାବେଳେ ବ୍ରିଟିଶମାନେ ମନ୍ଦିର ଗୁଡିକୁ ଭଙ୍ଗିବା ସମୟରେ ତତ୍କାଳ ମହୁରୀ ରାଜା ମା\’ଙ୍କୁ ଜଉରା ସାହିସ୍ଥିତ ଏମ୍‌. ଶ୍ରୀଲିବାସ ରାଓଙ୍କ ଘରେ ଲୁଚାଇ ରଖିଥିଲେ ବୋଲି କୁହାଯାଏ । ଅନ୍ୟପକ୍ଷରେ କଳାପାହାଡ଼ର ଆକ୍ରମଣରୁ ରକ୍ଷା କରିବା ପାଇଁ ତତ୍କାଳୀନ ରାଜା କୌଣସି ଉପାୟ ନପାଇ ମା\’ଙ୍କୁ ନେଇ ଉତ୍ତରା ସନ୍ଧିରେ ଆତ୍ମଗୋପନ କରିଥିବା ଲୋକକଥା ରହିଛି । ସେହିଦିନ ଠାରୁ ଜରା ସାହିରେ ଶ୍ରୀନିବାସଙ୍କ ପରିବାର ବଂଶକ୍ରମେ ମା\’ଙ୍କ ମାଉସୀମା\’ ଭାବେ ପରିଚିତ । ସେହି ଦିନ ଠାରୁ ମା\’ଙ୍କ ଘଟ ପରିକ୍ରମା ବେଳେ ସର୍ବଦା ସୈନ୍ୟସାମନ୍ତଙ୍କ ସମେତ ପାଇକ ଓ ପୁଲିସ ସାଙ୍ଗରେ ରହୁଥିଲେ । ଆଜି ବି ସେହି ପରମ୍ପରା ଜାରି ରହିଛି । ମା\’ଙ୍କ ବାପଘରେ ରହଣି ମଧ୍ୟରେ ତିନିଥର ମାଉସୀମା\’ଙ୍କ ଘରକୁ ଯିବେ । ଯାତ୍ରା ଆରମ୍ଭ ହେବାର ୫ଦିନ ପରେ ମାଉସୀମା\’ଙ୍କ ପକ୍ଷରୁ ବାପା ଦେଶୀବହେରାଙ୍କ ଘରକୁ ନିମନ୍ତ୍ରଣ ଆସେ । ବାପଘରୁ ଅନୁମତି ପାଇବା ପରେ ମାଉସୀମା\’ଙ୍କ ଘର ପକ୍ଷରୁ ମା\’ଙ୍କୁ ପୂଜାର୍ଚ୍ଚନା ଓ ବନ୍ଦାପନା କରି ନିଆଯାଇଥାଏ । ଯେଉଁଦିନ ମା\’ ପ୍ରତ୍ୟାବର୍ତ୍ତନ କରିବେ ସେହିଦିନ ମାଉସୀମା\’ ଘରେ ପୋଡ଼ପିଠା ଖାଇ ସମସ୍ତ ପ୍ରକାର ଭାରସାମଗ୍ରୀ ନେଇ ମେଲାଣି ନେଇ
ନିଜସ୍ୱ ମନ୍ଦିର ଅଭିମୁଖେ ଯାତ୍ରା କରିବେ ।

Leave A Reply

Your email address will not be published.