ଫ୍ରାନ୍ସରୁ ୨୬ଟି ରାଫେଲ ସାମୁଦ୍ରିକ ଯୁଦ୍ଧ ବିମାନ କିଣିବ ଭାରତ

0 64

ଫ୍ରାନ୍ସ, : ଫ୍ରାନ୍ସରୁ ୨୬ଟି ରାଫେଲ ସାମୁଦ୍ରିକ ଯୁଦ୍ଧ ବିମାନ କ୍ରୟ କରିବ ଭାରତ । ରାଫେଲ୍ ସାମୁଦ୍ରିକ ଯୁଦ୍ଧ ବିମାନ କିଣିବା ନେଇ ଚୁକ୍ତିକୁ ଦେଶର ସୁରକ୍ଷା ସମ୍ବନ୍ଧୀୟ କମିଟି ସିସିଏସ୍ ଅନୁମୋଦନ ଦେଇଛି । ଏହାଦ୍ୱାରା ବୃଦ୍ଧି ପାଇବ ନୌସେନାର କ୍ଷମତା । ନୌସେନା ପାଇଁ ୨୬ଟି ରାଫେଲ-ମରିନ୍ ଲଢ଼ୁଆ ବିମାନ କିଣିବାକୁ ଫ୍ରାନ୍ସ ସହିତ ଚୁକ୍ତିକୁ ଅନୁମୋଦନ ମିଳିଛି । ଭାରତ ଏବଂ ଫ୍ରାନ୍ସ ସରକାରଙ୍କ ମଧ୍ୟରେ ଏହି ଡିଲ ପାଇଁ ଖର୍ଚ୍ଚ ହେବ ୬୩ ହଜାର କୋଟି । ଭାରତୀୟ ନୌସେନାର ୨୨ ସିଙ୍ଗଲ-ସିଟର ଏବଂ ଚାରିଟି ଟୁଇନ- ସିଟର ବିମାନ କିଣିବ ଭାରତ । ଏହି ଚୁକ୍ତି ଭାରତୀୟ ନୌସେନାର କ୍ଷମତାକୁ ବୃଦ୍ଧି କରିବାରେ ସହାୟକ ହେବ । ରାଫେଲ-ଏମ୍‌ ଜେଟ୍‌ଗୁଡ଼ିକୁ ଭାରତୀୟ ନୌସେନାରେ ସାମିଲ କରାଯିବ । ରାଫେଲ-ଏମ୍‌ ଜେଟ୍‌ଗୁଡ଼ିକ ଫ୍ରାନ୍ସର ଡାସଲ୍ଟ ଏଭିଏସନ୍‌ କମ୍ପାନୀ ଦ୍ୱାରା ନିର୍ମିତ ଭାରତୀୟ ବାୟୁସେନାର ରାଫେଲ୍ ବିମାନ ପରି ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ କ୍ଷମତାରେ ସଜ୍ଜିତ । ସାମୁଦ୍ରିକ ଅଞ୍ଚଳରେ କାର‌୍ୟ୍ୟ କରିବାର କ୍ଷମତା ବୃଦ୍ଧି ପାଇବ । ଏହି ଜେଟ୍‌ଗୁଡ଼ିକ ବିମାନବାହକ ଜାହାଜରେ ମଧ୍ୟ ବ୍ୟବହୃତ ହେବ ଯାହା ଭାରତୀୟ ନୌସେନାର ରଣନୈତିକ ଶକ୍ତିକୁ ମଧ୍ୟ ବୃଦ୍ଧି କରିବ । ପାକିସ୍ତାନ ଭଳି ଶକ୍ତି ବିରୋଧରେ ଭାରତ ଆହୁରି ଶକ୍ତିଶାଳୀ ହେବ । ଏହି ଚୁକ୍ତି କେବଳ ପ୍ରତିରକ୍ଷା କ୍ଷେତ୍ର ପାଇଁ ନୁହେଁ ବରଂ ଏହା ଭାରତୀୟ କୂଟନୈତିକ ସ୍ତରରେ ମଧ୍ୟ ନୂତନ ଦିଗଦର୍ଶନ ଦେବ । ବାୟୁସେନା ଏବଂ ନୌସେନାର କ୍ଷମତା ବୃଦ୍ଧି ସହ ଭାରତକୁ ଚୀନ୍ ଏବଂ ପାକିସ୍ତାନ ଭଳି ଶକ୍ତି ବିରୋଧରେ ଭାରତର ରଣନୀତି ଆହୁରି ସୁଦୃଢ ହେବ ।

Leave A Reply

Your email address will not be published.