ଗତ ଆର୍ôଥକ ବର୍ଷରେ ୭,୧୩୪ କୋଚ୍ ତିଆରି କରିଛି ଭାରତୀୟ ରେଳବାଇ

0 75

ଭୁବନେଶ୍ୱର,: ଭାରତୀୟ ରେଳବାଇ ୨୦୨୪-୨୫ ଆର୍ôଥକ ବର୍ଷରେ ୭,୧୩୪ଟି କୋଚ୍ନି ର୍ମାଣ କରି ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି । ଏହି ସଂଖ୍ୟା ଗତ ବର୍ଷ ୬,୫୪୧ କୋଚ୍‌ ଉତ୍ପାଦନ ତୁଳନାରେ ପ୍ରାୟ ୯ ପ୍ରତିଶତ ଅଧିକ । ସାଧାରଣ ଲୋକଙ୍କୁ ଦୃଷ୍ଟିରେ ରଖି, ଅଣ-ବାତାନୁକୁଳିତ ନିୟନ୍ତ୍ରିତ କୋଚ୍‌ ଉତ୍ପାଦନକୁ ପ୍ରୋତ୍ସାହିତ କରାଯାଉଛି । ଏହି ଲକ୍ଷ୍ୟ ହାସଲ କରିବା ପାଇଁ, ଗତ ଆର୍ôଥକ ବର୍ଷରେ ୪,୬୦୧ଟି ନନ୍‌-ଏସି କୋଚ୍‌ ଉତ୍ପାଦନ କରାଯାଇଥିଲା । ଏହି ଐତିହାସିକ ସଫଳତା ଭାରତୀୟ ରେଳବାଇର ଉତ୍ପାଦନ କ୍ଷମତାରେ ନିରନ୍ତର ବୃଦ୍ଧିକୁ ପ୍ରତିଫଳିତ କରେ, ଯାହା ଭିତ୍ତିଭୂମିର ଆଧୁନିକୀକରଣ ଏବଂ ଯାତ୍ରୀଙ୍କ ବର୍ଦ୍ଧିତ ଆବଶ୍ୟକତା ପୂରଣ ପାଇଁ କରାଯାଉଥିବା ପ୍ରୟାସର ପରିଣାମ । ଏହା ରେଳ ସେବାକୁ ଅଧିକ ସୁବିଧାଜନକ, ନିରାପଦ ଏବଂ ଦକ୍ଷ କରିବ । ଯାହା ଦ୍ୱାରା ଯାତ୍ରୀମାନେ ଏକ ଉତ୍ତମ ଯାତ୍ରା ଅଭିଜ୍ଞତା ପାଇବେ । ଭାରତୀୟ ରେଳବାଇର ତିନୋଟି କୋଚ୍‌ ନିର୍ମାଣ ୟୁନିଟ୍ ଅଛି । ଏଥିରେ ତାମିଲନାଡୁର ଚେନ୍ନାଇରେ ଥିବା ଇଣ୍ଟିଗ୍ରାଲ କୋଚ୍ ଫ୍ୟାକ୍ଟ୍ରି (ଆଇସିଏଫ), ପଞ୍ଜାବର କପୁରଥଲାରେ ଥିବା ରେଳ କୋଚ୍ ଫ୍ୟାକ୍ଟ୍ରି (ଆରସିଏଫ) ଏବଂ ଉତ୍ତର ପ୍ରଦେଶର ରାୟବରେଲିରେ ଥିବା ମଡର୍ଣ୍ଣ କୋଚ୍ ଫ୍ୟାକ୍ଟ୍ରି (ଏମସିଏଫ) ଅନ୍ତର୍ଭୁକ୍ତ । ଚେନ୍ନାଇ ସ୍ଥିତ ଇଣ୍ଟିଗ୍ରାଲ କୋଚ୍ ଫ୍ୟାକ୍ଟ୍ରି ୨୦୨୪-୨୫ ବର୍ଷରେ ୩,୦୦୭ କୋଚ୍ ଉତ୍ପାଦନ କରିଛି, ଯାହା ପୂର୍ବ ଉତ୍ପାଦନ ରେକର୍ଡ ଭାଙ୍ଗିଛି । କୋଚ ନିର୍ମାଣ କ୍ଷେତ୍ରରେ ଇଣ୍ଟିଗ୍ରାଲ କୋଚ୍ ଫ୍ୟାକ୍ଟ୍ରି ୨୦୨୩-୨୪ ବର୍ଷରେ ୨୮୨୯ କୋଚ ଉତ୍ପାଦନ କରିଥିବାବେଳେ ୨୦୨୪-୨୫ ବର୍ଷରେ ଆହୁରି ୧୭୮ ଟି କୋଚ ନିର୍ମାଣ ବୃଦ୍ଧି କରାଇ ୩,୦୦୭ କୋଚ୍ ଉତ୍ପାଦନ କରିଛି । ସେହିଭଳି ଆରସିଏଫ କପୁରଥଲା ୨୦୨୩-୨୪ ବର୍ଷରେ ୧୯୦୧ କୋଚ ଉତ୍ପାଦନ କରିଥିବା ବେଳେ ୨୦୨୪-୨୫ ବର୍ଷରେ ୨୧୦୨ ଟି କୋଚ ନିର୍ମାଣ କରିଛି ଯାହାକି ପୂର୍ବ ବର୍ଷ ଠାରୁ ୨୦୧ ଟି ଅଧିକ । ରାୟବରେଲିର ମଡର୍ଣ୍ଣ କୋଚ୍ ଫ୍ୟାକ୍ଟ୍ରି ୨୦୨୩-୨୪ ବର୍ଷରେ ୧୬୮୪ ଟି କୋଚ ଉତ୍ପାଦନ କରିଥିବାବେଳେ ୨୦୨୪-୨୫ ବର୍ଷରେ ୨୦୨୫ ଟି କୋଚ ନିର୍ମାଣ କରିଛି ଯାହାକି ପୂର୍ବ ବର୍ଷ ଠାରୁ ୩୪୧ ଟି ଅଧିକ । ଗତ କିଛି ବର୍ଷ ମଧ୍ୟରେ ଭାରତୀୟ ରେଳବାଇ କୋଚ୍‌ ନିର୍ମାଣ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି । ୨୦୦୪ ରୁ ୨୦୧୪ ମଧ୍ୟରେ ପ୍ରତିବର୍ଷ ହାରାହାରି ପ୍ରାୟ ୩,୩୦୦ କୋଚ୍ ଥିଲା । ଯେତେବେଳେ ୨୦୧୪ ରୁ ୨୦୨୪ ମଧ୍ୟରେ, କୋଚ୍‌ ଉତ୍ପାଦନ ସଂଖ୍ୟା ୫୪,୮୦୯ ରେ ପହଞ୍ଚିଛି ଯାହା ଏକ ରେକର୍ଡ ବୃଦ୍ଧି ପାଇଛି, ହାରାହାରି ୫,୪୮୧ କୋଚ୍ ସହିତ ।

Leave A Reply

Your email address will not be published.