ବେଙ୍ଗାଲୁରୁ,: ଆଉ ଏକ ବିଶ୍ୱକପ ଜିତିବ ଭାରତ । ପଡ଼ିଆରେ କମାଲ କରିବେ କଙ୍ଗ୍ କୋହଲି । ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟର ଭାବେ ଗଣା ହେଉଥିବା ବିରାଟ କୋହଲି ଆଗାମୀ ୨୦୨୭ ଦିନିକିଆ ବିଶ୍ୱକପ୍ ଖେଳିବାକୁ ଲକ୍ଷ୍ୟ ରଖିଥିବା ସଂକେତ ଦେଇଛନ୍ତି । ବର୍ତ୍ତମାନ ତାଙ୍କ ବୟସ ୩୬ ବର୍ଷ । ୨୦୨୭ ବିଶ୍ୱକପ ଜିତିବାକୁ ·ହାଁନ୍ତି ବୋଲି କହିଛନ୍ତି । କୋହଲି ଏକ ସାକ୍ଷାତକାର ଅବସରରେ କହିଛନ୍ତି ଯେ, ପରବର୍ତ୍ତୀ ବିଶ୍ୱକପ୍ ଜିତିବାକୁ ଆଶା ରଖିଛି । ଆସନ୍ତା ବର୍ଷ ଟି-ଟ୍ୱେଣ୍ଟି ବିଶ୍ୱକପ୍ ରହିଛି । କୋହଲି ଟି-ଟ୍ୱେଣ୍ଟି ଫର୍ମାଟରୁ ଅବସର ନେଇ ସାରିଛନ୍ତି । ତେଣୁ ତାଙ୍କ ଲକ୍ଷ୍ୟ କେବଳ ୨୦୨୭
ଦିନିକିଆ ବିଶ୍ୱକପ୍ ଉପରେ । କୋହଲି ପୂର୍ବରୁ ୨୦୧୧ ଦିନିକିଆ ବିଶ୍ୱକପ୍ ଦଳର ସଦସ୍ୟ ରହିସାରିଛନ୍ତି । ୨୦୨୩ରେ ଅନୁଷ୍ଠିତ ଦିନିକିଆ ବିଶ୍ୱକପରେ ଭାରତ ·ମ୍ପିଅନ ହେବାର ସୁଯୋଗ ରହିଥିଲା । ମାତ୍ର ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ
ପରାଜିତ ହେବା ସହ ଭାରତର ଆଶା ମଉଳି ଯାଇଥିଲା । କୋହଲି ଉକ୍ତ ବିଶ୍ୱକପରେ ମୋଟ୍ ୭୬୫ ରନ ସଂଗ୍ରହ କରିଥିଲେ । ଅବଶ୍ୟ ଏହାପରେ ଭାରତୀୟ ଦଳ ୨୦୨୪ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଓ ଆଇସିସି ·ମ୍ପିଅନ୍ସ ଟ୍ରଫି ଜିତି ସାରିଛି । ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକାରେ ପରବର୍ତ୍ତୀ ୨୦୨୭ ଦିନିକିଆ ବିଶ୍ୱକପ୍ ଅନୁଷ୍ଠିତ ହେବ ।