କେନ୍ଦୁଝରରେ ସହିଦ ରାଜକିଶୋର ମୁଣ୍ଡାଙ୍କ ଶେଷକୃତ୍ୟ ସମ୍ପନ

0 104

କେନ୍ଦୁଝର,: ଅରୁଣାଞ୍ଚଳ ପ୍ରଦେଶ ତାୱାଙ୍ଗ ଠାରେ ବିହାର ରେଜିମେଣ୍ଟର ଷଷ୍ଠ ବାଟାଲିୟନର ହାବିଲଦାର କେନ୍ଦୁଝର ସଦର ବ୍ଲକ ନୂଆଗାଁର ବୀର ପୁଅ ରାଜକିଶୋର ମୁଣ୍ଡା କର୍ତ୍ତବ୍ୟ ସମ୍ପାଦନ କରୁଥିବା ବେଳେ ଗତ ୨୯ ମାର୍ଚ୍ଚ ଦିନ ବୀରଗତି ପ୍ରାପ୍ତ ହୋଇଛନ୍ତି । ଆଜି ସହିଦଙ୍କ ମରଶରୀର ଭୁବନେଶ୍ୱରସ୍ଥିତ ବିଜୁପଟ୍ଟନାୟକ ଆନ୍ତର୍ଜାତିକ  ବିମାନବନ୍ଦରରେ ପହଞ୍ଚିବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସହିଦଙ୍କ ଶେଷ ଦର୍ଶନ କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଅପରାହ୍ଣରେ ସହିଦ ରାଜକିଶୋର ମୁଣ୍ଡାଙ୍କ ମରଶରୀର କେନ୍ଦୁଝର ଆସି ପହଞ୍ଚିବା ପରେ ପ୍ରଥମେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାର ଅବସରପ୍ରାପ୍ତ ସେନା କର୍ମ·ରୀ, ଜିଲ୍ଲା ପ୍ରଶାସନିକ ଅଧିକାରୀ ଓ ଜନସାଧାରଣ ବହୁ ସଂଖ୍ୟାରେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ । ପରେ ସହିଦଙ୍କ ମରଶରୀରକୁ ପୈତୃକ ଗ୍ରାମନୂଆଗାଁକୁ ଶେଷକୃତ୍ୟ ନିମନ୍ତେ ନିଆଯାଇଥିଲା । ସହିଦ ରାଜକିଶୋର ମୁଣ୍ଡା ଅମର ରହେ
ଧ୍ୱନିରେ ଚତୁଃର୍ଦିଗ ପ୍ରକମ୍ପିତ ହୋଇଉଠିଥିଲା । ଜିଲ୍ଲାପାଳ ବିଶାଲ ସିଂହ, ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ କୁମାର ନାଗଭୂଷଣ, ଉପଜିଲ୍ଲାପାଳ ଉମାଶଙ୍କର ଦଳାଇ, କେନ୍ଦୁଝର ସଦର ବିଡ଼ିଓ ବିନୋଦ କୁମାର ପଣ୍ଡା, ତହସିଲଦାର ଶୁଭେନ୍ଦୁ କୁମାର ସାହୁ ଓ ଅନ୍ୟ ପ୍ରଶାସନିକ ଅଧିକାରୀ ତଥା
ପୋଲିସ ଅଧିକାରୀଙ୍କ ସମେତ ଶହ ଶହ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ରହିଥିଲେ । ପୋଲିସ ପକ୍ଷରୁ ବିଧି ଅନୁଯାୟୀ ତୋପ ସଲାମୀ ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.