ଶିବସେନା ନେତାଙ୍କ ଦାବି ଉପରେ ଜବାବ ଦେଲା ବିଜେପ

0 169

ନୂଆଦିଲ୍ଲୀ, : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉତ୍ତରାଧିକାରୀଙ୍କ ବିଷୟରେ ହୋଇଥିବା କଳ୍ପନାଜଳ୍ପନାକୁ ସୋମବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ପ୍ରତ୍ୟାଖ୍ୟାନ କରିଛନ୍ତି । ସେ କହିଛନ୍ତି ଯେ, ମୋଦି ଆଗାମୀ ଅନେକ ବର୍ଷ
ପାଇଁ ଦେଶର ନେତୃତ୍ୱ ନେବେ । ଶିବସେନା ନେତା ସଞ୍ଜୟ ରାଉତ ଦାବି କରିଥିଲେ ଯେ, ଶାସକ ଦଳର ଅଘୋଷିତ ନିୟମ ଅନୁଯାୟୀ ୭୫ ବର୍ଷରୁ ଊଦ୍ଧ୍ୱର୍ ବୟସ୍କ ନେତାମାନେ ମନ୍ତ୍ରୀ ପଦବୀରେ ରହିପାରିବେ ନାହିଁ । ତେଣୁ ପ୍ରଧାନମନ୍ତ୍ରୀ (ସେପ୍ଟେମ୍ବର ୧୭ ତାରିଖରେ ୭୫ ବର୍ଷ ବୟସ) ଚଳିତ ବର୍ଷ ଇସ୍ତଫା ଦେବେ । ଏହି ଦାବି ଉପରେ ମୁଖ୍ୟମନ୍ତ୍ରୀ ଫଡନାଭିସ୍ ଆକ୍ରମଣ କରି କହିଛନ୍ତି ଯେ, ସେପରି କୌଣସି ନିୟମ ନାହିଁ ଏବଂ କେନ୍ଦ୍ର କ୍ୟାବିନେଟରେ ଅତି କମରେ ଜଣେ ସଦସ୍ୟ ଅଛନ୍ତି ଯିଏ ଏହି “ବୟସ ସୀମା’କୁ ଅତିକ୍ରମ କରିଛନ୍ତି । ୮୦ ବର୍ଷ ବୟସ୍କ ବିହାର ନେତା ଜିତନ ରାମ ମାଞ୍ଝି ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଅଟନ୍ତି । ପିଏମ ମୋଦିଙ୍କ ସମେତ ଅନ୍ୟ କେତେକ ନେତା ମଧ୍ୟ
ପ୍ରାୟ ୭୫ ବର୍ଷ ହେବାକୁ ଯାଉଛନ୍ତି । ଶିବସେନା (ଉବାଥା) ନେତା ସଞ୍ଜୟ ରାଉତ ଦାବି କରିଛନ୍ତି ଯେ, ମୋଦି ରବିବାର ଦିନ ନାଗପୁର ଯାଇ ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ । ଯେଉଁଥିରେ ସେ ଅବସର ନେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ସନେ୍ଦଶ ଦେବାକୁ ଯାଇଥିଲେ । ରାଉତଙ୍କ ଏହି ଦାବି ଉପରେ ଫଡନାଭିସ୍ ଗଣମାଧ୍ୟମକୁ କହିଛନ୍ତି ଯେ, ଆସନ୍ତା ନିର୍ବାଚନରେ (୨୦୨୯) ଆମେ ପୁଣି ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ଦେଖିବା । ନାଗପୁରରେ ସାମ୍ବାଦିକମାନଙ୍କୁ ବରିଷ୍ଠ ଆରଏସଏସ ନେତା ସୁରେଶ ଭାୟାଜୀ ଯୋଶୀ ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଅବସରକୁ ନେଇ ସେ କୌଣସି ଆଲୋଚନା ବିଷୟରେ ଜାଣି ନାହାଁନ୍ତି ।
ଫଡନାଭିସ୍ କହିଛନ୍ତି ଯେ, “ତାଙ୍କ ଉତ୍ତରାଧିକାରୀ ଖୋଜିବା ପାଇଁ କୌଣସି ଆବଶ୍ୟକତା ନାହିଁ । ସେ (ମୋଦି) ଆମର
ନେତା ଏବଂ ସେ ପଦବୀରେ ରହିବେ । ଭାରତୀୟ ସଂସ୍କୃତିରେ ନେତା ସକ୍ରିୟ ଥିବାବେଳେ ଉତ୍ତରାଧିକାର ବିଷୟରେ
ଆଲୋଚନା କରିବା ଅନୁଚିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୋଦିଙ୍କ ଉତ୍ତରାଧିକାରୀ ମହାରାଷ୍ଟ୍ରରୁ ଆସିବେ ବୋଲି ରାଉତ ଦାବି କରିଛନ୍ତି । ଏହା ଉପରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି ଯେ, “ଆମ ସଂସ୍କୃତିରେ ପିତା ଜୀବିତ ଥିବାବେଳେ ଉତ୍ତରାଧିକାର ବିଷୟରେ କହିବା ଅନୁଚିତ ବୋଲି ବିବେଚନା କରାଯାଏ । ତାହା ହେଉଛି ମୋଗଲ ସଂସ୍କୃତି । ବର୍ତ୍ତମାନ ଆଲୋଚନା କରିବାର ସମୟ ନୁହେଁ । ସୋମବାର ସାମ୍ବାଦିକମାନଙ୍କୁ ରାଉତ ଦାବି
କରିଛନ୍ତି ଯେ, ଆରଏସଏସ ଦେଶର ରାଜନୈତିକ ନେତୃତ୍ୱରେ ପରିବର୍ତ୍ତନ ଆଣିବାକୁ ·ହୁଁଛି ।

Leave A Reply

Your email address will not be published.