ବାରୁଣୀ ସ୍ନାନରେ ଶହସ୍ରାଧିକ ଶ୍ରଦ୍ଧାଳୁ ଭକ୍ତ ପୁଣ୍ୟତୋୟା ବୈତରଣୀରେ ବୁଡ଼ ପକାଇଲେ

0 164

ଯାଜପୁର,: ଚଳିତ ବର୍ଷ ବାରୁଣୀ ସ୍ନାନ ନିମନ୍ତେ ଜିଲ୍ଲା ସଦର ମହକୁମା ନିକଟସ୍ଥ ପୁଣ୍ୟତୋୟା ବୈତରଣୀ ନଦୀର ଦଶାଶ୍ୱମେଧ ଘାଟ ନଦୀର ଉଭୟ ପାର୍ଶ୍ୱ ଘାଟରେ ପ୍ରତ୍ୟୁଷରୁ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ଏବଂ ଓଡ଼ିଶା ଓ ଓଡ଼ିଶା ବାହାରୁ ଶହ ଶହ ଶ୍ରଦ୍ଧାଳୁ ଭକ୍ତ ନଦୀରେ ବୁଡ଼ ପକାଇବା ସହ ପିତୃପୁରୁଷଙ୍କୁ ପିଣ୍ଡଦାନ କରିଥିଲେ । ଏଥି ନିମନ୍ତେ ଯାଜପୁର ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନର ମିଳିତ ଆନୁକୁଲ୍ୟରେ ଭକ୍ତ ଶ୍ରଦ୍ଧାଳୁ, ଆଧ୍ୟାତ୍ମିକ ଗୁରୁ ଓ ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ବୈତରଣୀରେ ବୁଡ଼ ପକାଇବା ସ୍ଥାନ ଦଶାଶ୍ୱମେଧ ଘାଟର ଉଭୟ ପାଶ୍ୱର୍ରେ ବାରିକେଡିଂ ବ୍ୟବସ୍ଥା କରାଯାଇଥିଲା । ଭକ୍ତ ଓ ଯାତ୍ରୀମାନେ ବାରିକେଡ଼ିଂର ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ସ୍ନାନ କରିବା ସହ ପିତୃପୁରୁଷଙ୍କୁ  ପିଣ୍ଡଦାନ କରିସାରିବା ପରେ ପିଣ୍ଡ ସାମଗ୍ରୀ ଗୁଡ଼ିକୁ ପ୍ରଦୂଷଣ ରୋକିବା ନିମନ୍ତେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ପକାଇଥିଲେ । ପ୍ରଶାସନ ତରଫରୁ ଆଲୋକିକରଣ ବ୍ୟବସ୍ଥା, ଯାତ୍ରୀମାନଙ୍କ ଯିବା ଆସିବା ନିମନ୍ତେ ଏକମୁଖୀ ରାସ୍ତା, ଯାତ୍ରୀମାନଙ୍କୁ ରୌଦ୍ରତାପରୁ ସୁରକ୍ଷା ନିମନ୍ତେ ଅସ୍ଥାୟୀ ଚାନ୍ଦୁଆ ବ୍ୟବସ୍ଥା, ପର୍ଯ୍ୟାପ୍ତ ପାନୀୟ ଜଳ ବ୍ୟବସ୍ଥା, ବାୟୋ ଟଏଲେଟ୍‌ ବ୍ୟବସ୍ଥା, ସୂଚନା କେନ୍ଦ୍ର ଓ ପୋଲିସ କଣ୍ଟ୍ରୋଲ ରୁମ୍‌, ଅସ୍ଥାୟୀ ସ୍ୱାସ୍ଥ୍ୟ ଚିକିତ୍ସା କେନ୍ଦ୍ର, ଆମ୍ବୁଲାନ୍ସ ସେବା, ନଦୀ ଗର୍ଭରେ ଅଗ୍ନିଶମ ସେବା ବିଭାଗ ତରଫରୁ ପାୱାର ବୋଟ ଓ ଉଦ୍ଧାରକାରୀ ଦଳ ମୁତୟନ କରାଯାଇଥିଲା । ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଯାଜପୁର ପୌର ପରିଷଦର ଅଧ୍ୟକ୍ଷା, ଉପାଧ୍ୟକ୍ଷ, ନିର୍ବାହୀ ଅଧିକାରୀ ଏବଂ କର୍ମଚାରୀମାନେ ବାରୁଣୀ ସ୍ନାନ କାର୍ଯ୍ୟକ୍ରମକୁ ଶାନ୍ତିପୂର୍ଣ୍ଣ ଭାବେ ପରିଚାଳନା କରିଥିଲେ ।

Leave A Reply

Your email address will not be published.