କୁନାଲ କାମ୍ରାଙ୍କ ବିବାଦ ଭିତରେ ହଂସଲ-କଙ୍ଗନା ମୁହାଁମୁହିଁ

0 136

ମୁମ୍ବାଇ, : କୁନାଲ କାମ୍ରାଙ୍କ କମେଡି ବିବାଦ ଭିତରେ ବଲିଉଡ୍ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରାଣାୱତ ଏବଂ ଲୋକପ୍ରିୟ ଫିଲ୍ମ ନିର୍ମାତା ହଂସଲ ମେହତା ମୁହାଁମୁହିଁ ହୋଇଛନ୍ତି । କଙ୍ଗନା କହିଥିଲେ, ଯେତେବେଳେ
ମୋ ଘରେ ଏପରି କାର୍ଯ୍ୟାନୁଷ୍ଠାନ ହୋଇଥିଲା ସେତେବେଳେ କୁନାଲ ତାତ୍ସଲ୍ୟ କରିଥିଲେ । ଏହା ପରେ ହଂସଲ ମେହତା ଦ ହାବିଟାଟ୍‌ ଷ୍ଟୁଡିଓରେ ଶିବସେନା କର୍ମୀଙ୍କ ଭଙ୍ଗାରୁଜା ଏବଂ କଙ୍ଗନାଙ୍କ ଘର ଉପରେ କାର୍ଯ୍ୟାନୁଷ୍ଠାନ ଭିତରେ ଫରକ୍ ବର୍ଣ୍ଣନା କରିଥିଲେ । ଯାହାପରେ ହଂସଲ ମେହତା ଜେଣ୍ଡା ଚଲାଉଥିବା ଭଳି ଅଭିଯୋଗ ମଧ୍ୟ କଙ୍ଗନା ଆଣିଛନ୍ତି । ମଙ୍ଗଳବାର ହଂସଲ ମେହତା ଏକ ପୋଷ୍ଟର ଜବାବ ଦେଇ ପୋଷ୍ଟ କରିଥିଲେ, \”କ\’ଣ କଙ୍ଗନାଙ୍କ ଘରେ
ଏଭଳି ଭଙ୍ଗାରୁଜା ହୋଇଥିଲା? କ\’ଣ ଗୁଣ୍ଡାମାନେ ତାଙ୍କ ଘର ଭିତରେ ପଶିଥିଲେ? କ\’ଣ ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତାକୁ ଦବାଇବା ପାଇଁ ଏପରି କରାଯାଇଥିଲା ନା କଥିତ ଏଫ୍‌ଏସ୍‌ଆଇର ଉଲ୍ଲଂଘନ ପାଇଁ ହୋଇଥିଲା? ଦୟାକରି ମୋତେ କୁହନ୍ତୁ, ବୋଧହୁଏ ମୋତେ ତଥ୍ୟ ଜଣାନାହିଁ ।\’ ହଂସଲଙ୍କ ଏହି ପୋଷ୍ଟର ଉତ୍ତର ଦେଇ କଙ୍ଗନା ପୋଷ୍ଟ କରିଛନ୍ତି, \”ମୋତେ \”ହାରାମଖୋର\’ କୁହାଯାଇଥିଲା । ଡରା, ଧମକା ଯାଇଥିଲା । ବିଳମ୍ବିତ ରାତିରେ
ୱାଚମ୍ୟାନ୍‌ଙ୍କୁ ନୋଟିସ୍ ଦିଆଯାଇଥିଲା ଏବଂ ପରଦିନ ସକାଳେ କୋର୍ଟ ଖୋଲିବା ପୂର୍ବରୁ ବୁଲଡୋଜର ମୋ ଘରକୁ ଭାଙ୍ଗି ଦେଇଥିଲା । ହାଇକୋର୍ଟ ମୋ ଘର ଭଙ୍ଗାରୁଜାକୁ ବେଆଇନ କହିଥିଲେ । ସେତେବେଳେ କୁନାଲ କାମ୍ରା ଏହା ଉପରେ ହସିଥିଲେ । ସାର୍ବଜନିନ ଭାବେ ମୋତେ ଅପମାନିତ କରାଯାଇଥିଲା\’ ।

Leave A Reply

Your email address will not be published.