ମାହାଙ୍ଗା ବିଧାୟକ ରାଜସ୍ଥାନ ରେ ବିବାହ କଲେ

0 74

ମାହାଙ୍ଗା ବାସୀଙ୍କ ଶୁଖ ଦୁଃଖରେ ସର୍ବଦା ଭାଗିଦାର ହେବା ସହିତ ବହୁ ଘାତ ପ୍ରତିଘାତ ମଧ୍ୟରେ ବିଧାୟକ ପାର୍ଥି ଭାବେ ଦୁଇ ଦୁଇ ଥର ଲଢି ହାରିବା ପରେ ୨୦୨୪ ନିର୍ବାଚନରେ ମାହାଙ୍ଗାର ବିଧାୟକ ଭାବେ ନିର୍ବାଚିତ ହୋଇ ବିଧାନ ସଭାକୁ ଯାଇଥିବା ସ୍ଵାଧୀନ ବିଧାୟକ ଶାରଦା ପ୍ରଧାନ ରାଜସ୍ଥାନ ଜୟପୁରରେ ନିଜର ବୈବାହିକ ଜୀବନର ନୁଆ ଇନିଂସ୍ ଆରମ୍ଭ କରିଛନ୍ତୀ। ନୁଆକରି ଓଏସ୍ ପାଇଥିବା ସିପ୍ରା ପ୍ରିୟଦର୍ଶନୀ ବଳଙ୍କୁ ନିଜର ଜୀବନ ସାଥି ରୁପେ ଗ୍ରହଣ କରିବା ସହ ଉଭୟ ପକ୍ଷ ପରିବାର ବର୍ଗଙ୍କ ଗହଣରେ ବେଶ୍ ଧୁମ୍ ଧାମରେ ଶ୍ରୀ ପ୍ରଧାନ ଓ ସିପ୍ରାଙ୍କ ବିଭାଘର ସମ୍ପନ୍ନ ହୋଇଛି। ବୈବାହିକ ଜୀବନକୁ ଛି କରିଦେଇଥିବା ଶ୍ରୀ ପ୍ରଧାନ ଶେଷରେ ବୈବାହିକ ଜୀବନରେ ଆବଧ୍ୟ ହେଲା ପରେ ତାଙ୍କ ମାହାଙ୍ଗା ବିକାଶ ପରିଷଦର କର୍ମକର୍ତ୍ତାଙ୍କ ଗହଣରେ ଖୁସିର ଲହରୀ ଖେଳିଯାଇଛି। ବିଧାୟକଙ୍କ ବିଭାଗର ସୁଦୂର ରାଜସ୍ଥାନରେ ଅନୁଷ୍ଟିତ ହୋଇଥିବା ବେଳେ ନିଶ୍ଚିନ୍ତକୋଇଲି ବ୍ଲକ ଦାଉଦପୁର ଗ୍ରାମପଞ୍ଚାୟତ ମାହାଙ୍ଗା ବିକାଶ ପରିଷଦ ପକ୍ଷରୁ ନଇଁଗୁଆଁ ଠାରେ ସମାଜସେଵୀ ବିଜୟ ଗୋପାଳ ବିଷୋୟୀ ଓ ଦିଲ୍ଲୀପ କୁମାର ମହାନ୍ତିଙ୍କ ପ୍ରତ୍ୟେକ୍ଷ ତତ୍ଵାବୋଧନରେ ବିଧାୟକ ଓ ତାଙ୍କ ଧର୍ମପତ୍ନୀଙ୍କ ଏକ ବିରାଟ ବ୍ୟାନର ଲଗାଯାଇ ଦୁହେଁଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭ ଅଭିନନ୍ଦନ ଜଣାଯାଇ ଭୋଜି ଭାତର ଆୟୋଜନ କରାଯାଇଥିଲାl ଏଥିରେ ମାହାଙ୍ଗା ବିକାଶ ପରିଷଦର ସତାଧିକ କର୍ମକର୍ତ୍ତା ଉପସ୍ଥିତ ରହି ବିଧାୟକଙ୍କ ଏହି ଖୁସି ଆନନ୍ଦର ମୁହୂର୍ତ୍ତକୁ ବେଶ୍ ଆନନ୍ଦ ସହକାରେ ପାଳନ କରିଥିଲେ।

Leave A Reply

Your email address will not be published.