ଯବାନଙ୍କୁ ଦିଆଗଲା ଗାର୍ଡ ଅଫ ଅନର

0 110

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୋକସରା ଗ୍ରାମର ଜୟ ନାରାୟଣ ଶବର ଙ୍କ ମଝିଆ ପୁଅ ରଶ୍ମି ରଞ୍ଜନ ଶବର ଶନିବାର ରାତିରେ ନୂଆପଡା ଜିଲ୍ଲା ନୂଆପଡା ଠାରେ ଏକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ସେ ୨୦୦୬ ରେ ଭାରତୀୟ ସେନା ବିଏସଏଫ ରେ ସିପାହୀ ଭାବେ ରାଜସ୍ଥାନ ବେଟାଲିୟନ ରେ କାର୍ଯ୍ୟରତ ଥିଲେ। ତେବେ ତାଙ୍କ ପତ୍ନୀ ମଧ୍ୟ ନୂଆପଡା ପୋଲିସ ରେ କନେଷ୍ଟବଳ କାର୍ଯ୍ୟରତ ଥିବା ବେଳେ ରଶ୍ମିରଞ୍ଜନ ଶବର ଗତ କିଛିଦିନ ତଳେ ଛୁଟି ରେ ନିଜ ପରିବାର ରହୁଥିବା ନୂଆପଡା ଆସିଥିଲେ। ଗତକାଲି ରାତିରେ ସେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ ଆଜି ତାଙ୍କ ପାର୍ଥିବ ଶରୀର ନିଜ ପୈତୃକ ଗାଁ କୋକସରା କୁ ସନ୍ଧ୍ୟାରେ ଆସି ପହଞ୍ଚବା ପରେ ଶୋକାକୁଳ ପରିବେଶ ଦେଖା ଦେଇଥିଲା। ମୃତ ଯବାନ ଜଣେ ମେଳାପୀ,କର୍ତବ୍ୟନିଷ୍ଠ ଯୁବକ ରହିଥିଲେ। ତାଙ୍କୁ ଶେଷ ସମ୍ମାନ ଦେବାକୁ କୋରାପୁଟ ରେ ନିୟୋଜିତ ଥିବା ବିଏସଏଫ ପକ୍ଷରୁ ଅଧିକାରୀ ମାନେ ପହଞ୍ଚି ତାଙ୍କ ମୃତ ଶରୀର କୁ ଗାର୍ଡ ଅଫ ଅନର ଦେଇ ଶ୍ରଦ୍ଧାଞ୍ଜଳି ଦେଇଥିଲେ।ତାଙ୍କ ଶବଧାର ରେ କୋକସରା ଗ୍ରାମ ର ଶତାଧିକ ଲୋକ ବନ୍ଧୁ ପରିଜନ ସାମିଲ ହୋଇ ଯବାନ ଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ପରେ ତାଙ୍କ ଅନ୍ତିମ ସଂସ୍କାର ଗାଁ।ମଶାଣି ରେ ସମ୍ପନ୍ନ ହୋଇଛି ।

Leave A Reply

Your email address will not be published.