ଭଡ଼ାରେ ରହିବେ ଶାହାରୁଖ ଖାନ

0 80

ମୁମ୍ବାଇ, : କିଙ୍ଗ୍‌ ଖାନ୍ ଶାହାରୁଖଙ୍କ ପ୍ରଶଂସକଙ୍କ ଲାଗି ମୁମ୍ବାଇରେ ଥିବା ତାଙ୍କ ଘର \”ମନ୍ନତ\’ ଐତିହ୍ୟସ୍ଥଳ ଭଳି ଘର ବାହାରେ ପ୍ରତ୍ୟେହ ପ୍ରଶଂସକଙ୍କ ଭିଡ଼ ଜନ୍ମେ । ସମସ୍ତେ ତାଙ୍କର ଏକ ଝଲକ ପାଇବା ଲାଗି ଚାତକ ଭଳି ଘଣ୍ଟା ଘଣ୍ଟା ଯାଏ ଅପେକ୍ଷା କରି ରହିଥାନ୍ତି । ହେଲେ
ଏବେ ଅଭିନେତାଙ୍କ ଠିକଣା ବଦଳିବାକୁ ଯାଉଛି । ଶାହାରୁଖ ପତ୍ନୀ ଗୌରୀ ଏବଂ ପିଲାମାନଙ୍କ ସହ ଭଡ଼ା ଘରେ ରହିବାକୁ ଯାଉଥିବା
ଜଣାପଡ଼ିଛି । କିଛିଦିନ ପାଇଁ ଶାହାରୁଖ ପରିବାର ସହ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟରେ ରହିବେ । କାରଣ ତାଙ୍କ ଘରର ରିନୋଭେଶନ୍‌
କରାଯିବ । ମେ\’ରେ କାମ ଆରମ୍ଭ ହେବ । ଗ୍ରେଡ୍ ୩ ହେରିଟେଜ୍ ପ୍ରପର୍ଟି ହୋଇଥିବା ଯୋଗୁ ଘରକୁ ରିନୋଭେଶନ ଲାଗି ଅନୁମତିର
ଆବଶ୍ୟକତା ରହିଥିଲା । ଏବେ ତାହା ମିଳି ସାରିଛି । ଏଣୁ ଶାହାରୁଖ ଏବଂ ତାଙ୍କ ପରିବାର ପ୍ରାୟ୨ ବର୍ଷ ଯାଏ ଅନ୍ୟତ୍ର ରହିବାକୁ ନିଷ୍ପତ୍ତି ନେଇଛନ୍ତି । ଶାହାରୁଖ ରହିବାକୁ ଯାଉଥିବା ଆପାର୍ଟମେଣ୍ଟ ମତ୍ତତର ନିକଟରେ ରହିଛି । ଏହି ଘର ୪ ମହଲା ବିଶିଷ୍ଟ । ଏଠାରେ ସମସ୍ତ ପ୍ରକାର ବିଳାସମୟ ସୁବିଧା ରହିଛି । ଅଭିନେତାଙ୍କ ସହ ପରିବାର, ଷ୍ଟାଫ୍‌ ଏବଂ ସୁରକ୍ଷାକର୍ମୀମାନେ ସାଙ୍ଗରେ ରହିବେ । ଏହାର ଭଡ଼ା ପ୍ରାୟ ୨୪ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.