୨୮ରୁ ବଢ଼ିବ ତାତି

0 85

ଭୁବନେଶ୍ୱର, : ରାଜ୍ୟରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ତେବେ ୨୮ ତାରିଖରୁ ୨ରୁ ୩ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇପାରେ । ବୌଦ୍ଧରେ ସର୍ବାଧିକ ୩୬.୫ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିବାବେଳେ ଅନ୍ୟ କେତେକ ସ୍ଥାନରେ ୩୫ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ରାତି ତାପମାତ୍ରା ଉରକେଲାରେ ସର୍ବନିମ୍ନ ୧୪.୧ ଡିଗ୍ରୀ ସେଲସିୟସ୍ ରହିଥିଲା । ଅନ୍ୟପଟେ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଏବଂ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପକ୍ଷରୁ କୃଷି ଓ ପାଣିପାଗ ସମନ୍ୱିତ ମାର୍ଗଦର୍ଶିକା ଜାରି କରାଯାଇଛି । ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ବିଭିନ୍ନ ଫସଲ ଓ ପ୍ରାଣୀଧନ ସୁରକ୍ଷା ପାଇଁ ମାର୍ଗଦର୍ଶିକାରେ ବିସ୍ତୃତ ଭାବେ ସୂଚନା ଦିଆଯାଇଛି । ପନିପରିବା, ଫଳ, ଫୁଲ ଆଦି ବର୍ଗ ଅନୁସାରେ ଫସଲ ଓ ଏହାର ଅବସ୍ଥାକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ପାଇଁ ସତର୍କ କରାଯାଇଛି । ବିଶେଷକରି ଗ୍ରୀଷ୍ମକାଳୀନ ଝଡ଼ବର୍ଷାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି ।

Leave A Reply

Your email address will not be published.