ଆଦାନୀ ଫାଉଣ୍ଡେସନର ସହଯୋଗରେ ସଶକ୍ତ ହେଉଛନ୍ତି କ୍ଷୁଦ୍ରଚାଷୀ

0 99

ଧାମରା,: ଭଦ୍ରକ ଜିଲା ବାଂଶଡା ବ୍ଲକ କରଞ୍ଜମାଳ ଗ୍ରାମ ଅନ୍ତର୍ଗତ ଗୋବିନ୍ଦ ଫାର୍ମସ କ୍ଲବର ସଦସ୍ୟ ସହଦେବ ମଣ୍ଡଳ ଅନ୍ୟ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କ ପାଇଁ ସାଜିଛନ୍ତି ଏକ ପ୍ରେରଣା । ପରିବା ଚାଷ ମଧ୍ୟ ଲାଭଜନକ ହୋଇପାରେ ବୋଲି ମାତ୍ର ୧ ଏକର ଜମିରେ, ପନିପରିବା ଚାଷ କରି ସହଦେବ ଏହା ପ୍ରମାଣ କରିପାରିଛନ୍ତି । ଆଦାନୀ ଫାଉଣ୍ଡେସନର ନିରନ୍ତର ସମର୍ଥନ ସହିତ ଆଧୁନିକ କୌଶଳ ଏବଂ ଜୈବିକ କୃଷି ପଦ୍ଧତିକୁ ଗ୍ରହଣ କରି ତାଙ୍କ ଜୀବନ ଧାରାରେ ପରିବର୍ତ୍ତନ ଆଣିଛନ୍ତି ସହଦେବ । ନାମମାତ୍ର ଚାଷୀ ଭାବେ ସହଦେବଙ୍କ ସମ୍ମୁଖରେ ସ୍ୱଳ୍ପ ଉତ୍ପାଦନ, ଉଚ୍ଚ ଇନ୍‌ପୁଟ୍ ଖର୍ଚ୍ଚ, ବଜାର ଦରରେ ଅସ୍ଥିରତା ଭଳି ବିଭିନ୍ନ ପ୍ରକାର ଆହ୍ୱାନ ଥିଲା । ବନ୍ଧାକୋବି, ଫୁଲକୋବି, ବାଇଗଣ ଭଳି ପରିବା ଚାଷ ଉପରେ ଧ୍ୟାନ କେନ୍ଦ୍ରିତ କରି ସେ ନିଜ ଚାଷର ସମ୍ଭାବନାକୁ ବ୍ୟାପ୍ତ କରି ଆୟକୁ ମଧ୍ୟ ବୃଦ୍ଧି କରିପାରିଛନ୍ତି । ଆଦାନୀ ଫାଉଣ୍ଡେସନର ସମର୍ôଥତ ଶୃଙ୍ଖଳଗତ ପଦକ୍ଷେପ ମାଧ୍ୟମରେ ଆଧୁନିକ କୃଷି ପଦ୍ଧତିର ଉପଯୋଗ ନାମମାତ୍ର ଚାଷୀଙ୍କୁ ସଶକ୍ତ କରିବା ଉପରେ ଧ୍ୟାନ ଦେଇଥିଲା । ଏହି ଆଧୁନିକ କୌଶଳ ଦ୍ୱାରା ସହଦେବଙ୍କର ଜୀବନ
ଜୀବିକାରେ ପରିବର୍ତ୍ତନ ଆସିପାରିଛି । ଆଦାନୀ ଫାଉଣ୍ଡେସନର ମାର୍ଗଦର୍ଶନରେ ସହଦେବ ଉଚ୍ଚ ଚାହିଦାଯୁକ୍ତ ଓ
ଲାଭଜନକ ପନିପରିବା ଚାଷ ଚୟନ କରିଥିଲେ । ଏହିକ୍ରମରେ ଫାଉଣ୍ଡେସନ ପକ୍ଷରୁ ଜୈବିକ କୃଷି ପଦ୍ଧତି, ମାଟିର
ଗୁଣବତ୍ତା ଏବଂ ନିରନ୍ତର ତାଲିମ ତାଙ୍କୁ ରାସାୟନିକ କୀଟନାଶକ ବ୍ୟବହାରକୁ ହ୍ରାସ କରିବାରେ ସାହାଯ୍ୟ କରିଥିଲା ।
ସମନ୍ୱିତ ପୁଷ୍ଟିସାର ଏବଂ କୀଟପତଙ୍ଗ ପରିଚାଳନା କୌଶଳ ଉପଯୋଗ ଦ୍ୱାରା ସେ ପରିବେଶକୁ କ୍ଷତି ନ କରି ସନ୍ତୁଳିତ
ମାଟିର ଉର୍ବରତା ଏବଂ ପ୍ରଭାବକୁ ସୁନିଶ୍ଚିତ କରିପାରିଥିଲେ । ସୌରଚାଳିତ କୀଟପତଙ୍ଗ ଫାଶର ବ୍ୟବହାର ଓ ରାସାୟନିକ କୀଟନାଶକ ବ୍ୟବହାର ହ୍ରାସ କରିବା ଦ୍ୱାରା ଫସଲ କମ୍ କ୍ଷତି ହେବା ସହ ସୁସ୍ଥ ଓ ପରିବେଶ ଅନୁକୂଳ
ଉତ୍ପାଦକୁ ସୁନିଶ୍ଚିତ କରିପାରିଛନ୍ତି । ଆଦାନୀ ଫାଉଣ୍ଡେସନ ଉଚ୍ଚମାନର ବିହନ, ଜୈବିକ ସାର ଏବଂ ଅତ୍ୟାଧୁନିକ କୃଷି ଉପକରଣର ବ୍ୟବହାର ତାଙ୍କୁ ଆର୍ଥିକ ଭାରକୁ କମ୍ କରିବା ସହ ଉତ୍ପାଦନରେ ବୃଦ୍ଧି କରିଥିଲା । ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ତାଲିମ ଶିବିର ଏବଂ କ୍ଷେତ୍ର ପରିଦର୍ଶନରେ ସହଦେବ ଯୋଗଦେଇ ଅନ୍ୟ ସଫଳ ଚାଷୀଙ୍କ ଠାରୁ ଅଭିନବ କୃଷି କୌଶଳ ବିଷୟରେ ଜ୍ଞାନ ଲାଭ କରିଥିଲେ । ଆଧୁନିକ ଏବଂ ଜୈବିକ କୃଷି କୌଶଳକୁ ଗ୍ରହଣ କରି ସଫଳତାର ସହ ଗୁଣବତ୍ତା ସମ୍ପନ୍ନ ଫସଲ ଉତ୍ପାଦନ କରିପାରିଛନ୍ତି । ସହଦେବଙ୍କ ପରିବାର କୃଷି କାର୍ଯ୍ୟରେ ସକ୍ରିୟ ଭାବରେ
ଅଂଶଗ୍ରହଣ କରି ତାଙ୍କର ଆର୍ଥିକ ସ୍ଥିରତାକୁ ସୁଦୃଢ କରିଛନ୍ତି । ଉତ୍ତମ ବଜାର ହାରରେ ତାଙ୍କ ଉତ୍ପାଦିତ ପନିପରିବା
ବିକ୍ରୟ କରି ଆୟର ଏକ ଉପାୟ କରିପାରିଛନ୍ତି । ତାଙ୍କର ଏହି ସଫଳତା କେବଳ ତାଙ୍କ ପରିବାରକୁ ଆର୍ଥିକ ଭାବେ ସ୍ୱଚ୍ଛଳ କରିଛି ତାହା ନୁହେଁ ଏହା କରଞ୍ଜମାଳ ଗ୍ରାମର ଅନ୍ୟ ନାମମାତ୍ର ଚାଷୀଙ୍କ ପାଇଁ ଅନୁପ୍ରାଣିତ ସାଜିଛନ୍ତି । ପୁରାତନ ପଦ୍ଧତିରେ ଚାଷ କରୁଥିବା ଚାଷୀମାନେ ସହଦେବଙ୍କ ସଫଳତାକୁ ଦେଖି ଏହି ଉପାୟରେ ଚାଷ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଭବିଷ୍ୟତରେ ସେ ଡ୍ରିପ୍ ଜଳସେଚନ, ପଲିହାଉସ କୃଷି ଏବଂ ଉନ୍ନତ ଜୈବିକ ପଦ୍ଧତି ମାଧ୍ୟମରେ
ଉତ୍ପାଦକତା ବୃଦ୍ଧି କରିବାକୁ ଯୋଜନା କରିଛନ୍ତି । ତାଙ୍କର ଏହି ଯାତ୍ରା ଦର୍ଶାଉଛି ଯେ, ଜ୍ଞାନ ଏବଂ ସଂସ୍ଥାଗତ ସମର୍ଥନ
କିପରି କ୍ଷୁଦ୍ର ଚାଷୀଙ୍କୁ ଏକ ସ୍ଥାୟୀ ଏବଂ ଲାଭଦାୟକ କରିପାରିବା ସହ ଗ୍ରାମୀଣ ସମୃଦ୍ଧି ପାଇଁ ପଥ ପ୍ରଶସ୍ତ କରିବ ।

Leave A Reply

Your email address will not be published.