ଆଇଓବି ବ୍ରହ୍ମପୁର ତରଫରୁ ମାତୃଭାଷା ଦିବସ ଉପଲକ୍ଷେ ସଂଗୋଷ୍ଠୀ ଆୟୋଜିତ

0 79

ବ୍ରହ୍ମପୁର,: ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ବ୍ରହ୍ମପୁର କ୍ଷେତ୍ରୀୟ କାର୍ଯ୍ୟାଳୟ ତରଫରୁ ଆନ୍ତର୍ଜାତୀୟ ମାତୃଭାଷା ଦିବସ ଉପଲକ୍ଷେ ଏକ ସଂଗୋଷ୍ଠୀର ଆୟୋଜନ କରାଯାଇଥିଲା । ଏହି ଅବସରରେ “ମାତୃଭାଷା ଆମର ପରିଚୟ” ବିଷୟ ସମ୍ପର୍କୀତ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ପ୍ରସିଦ୍ଧ ଶିକ୍ଷାବିତ୍ ଡଃ ବେଦୁଲା ରାମଲକ୍ଷ୍ମୀ ଏଥିରେ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇଥିଲେ । ନିଜ ସଂବୋଧନରେ ଡଃ ରାମଲକ୍ଷ୍ମୀ ମାତୃଭାଷାର ମହତ୍ତ୍ୱ ଉପରେ ଆଲୋକପାତ କରି କହିଥିଲେ ଯେ, ଏହା କେବଳ ଯୋଗାଯୋଗର ମାଧ୍ୟମ ନୁହେଁ ବରଂ ଜଣେ ବ୍ୟକ୍ତିର ସାଂସ୍କୃତିକ ଓ ଭାବାନାତ୍ମକ ପରିଚୟର ଏକ ଅବିଚ୍ଛେଦ୍ୟ ଅଙ୍ଗ ଅଟେ । ସେ ମଧ୍ୟ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଗ୍ରାହକଙ୍କ ସହ ଯୋଗାଯୋଗ କରିବାରେ ମାତୃଭାଷାର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ବିଭିନ୍ନ ଭାଷା ଶିଖିବା ଦ୍ୱାରା ଆମେ ପାରସ୍ପରିକ ବୁଝାମଣା ବୃଦ୍ଧି କରିପାରିବା ସହ ଭବିଷ୍ୟତ ପାଇଁ ଭାଷା ସଂରକ୍ଷଣରେ ମଧ୍ୟ ଯୋଗଦାନ କରିପରିବା ବୋଲି ଆଇଓବି ବ୍ରହ୍ମପୁରର କ୍ଷେତ୍ରୀୟ ମୁଖ୍ୟ ଖୁର୍ସିଦ ରବାନୀ ଏହି ଅବସରରେ କହିଥିଲେ । ମୁଖ୍ୟ ପ୍ରବନ୍ଧକ ରତିକାନ୍ତ ବେହେରା ମାତୃଭାଷାକୁ ବିଚାରଧାରା ଓ ଭାବନାର ସବୁଠାରୁ ପ୍ରଭାବଶାଳୀ ମାଧ୍ୟମ କହିଥିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ରାଜଭାଷା ଅଧିକାରୀ ପ୍ରତିଭା ବହିଦାର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଥିରେ ବ୍ୟାଙ୍କର ଅଧିକାରୀ ଓ କର୍ମଚାରୀଗଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.