ପ୍ରେମ ଅମର ମାନେନି ବୟସ ଜାତି, ଧର୍ମ। ପ୍ରେମରେ ପଡ଼ି ଜଣେ ସ୍ତ୍ରୀ ସ୍ବାମୀ କୁ ଛାଡ଼ି ଦେଇ ଫେରାର ହୋଇଯାଇଛି। ଏଭଳି ଏକ ଦୃଶ୍ୟ ନଜରକୁ ଆସିଛି ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ବବଜା ଗ୍ରାମରୁ । ଗ୍ରାମର ଜଣେ ବିବାହିତା ମହିଳା ନିଖୋଜ ଘଟଣା ସଦର ଥାନା ଦ୍ବାରସ୍ଥ ହୋଇଛନ୍ତି ସ୍ବାମୀ। ନିଖୋଜ ମହିଳା ହେଉଛନ୍ତି ରାଜେନ୍ଦ୍ର ଛତ୍ରିଆ ଙ୍କ ସ୍ତ୍ରୀ ଶୈଳ ଛତ୍ରୀଆ। କାମ ଧନ୍ଦା ଅନ୍ୱେଷଣ ରେ ପରିବାରର ଭରଣ ପୋଷଣ ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ ରାଜେନ୍ଦ୍ର ଛତ୍ରିଆ। ଘରେ ସ୍ତ୍ରୀ ଓ ତିନି ପିଲା ଙ୍କୁ ଛାଡି କାମ କରୁଥିଲେ। ରାଜେନ୍ଦ୍ର ଛତ୍ରିଆ ଘରକୁ ଫେରି ଆସି ଜାଣିବାକୁ ପାଇଥିଲେ ତାଙ୍କ ସ୍ତ୍ରୀ ଘରରୁ ନିଖୋଜ ଅଛନ୍ତି। ସ୍ତ୍ରୀଙ୍କୁ ବହୁ ଆଡେ ଖୋଜାଖୋଜି କରିଥିଲେ, କିନ୍ତୁ ସ୍ତ୍ରୀଙ୍କ କୌଣସି ଖବର ପାଇ ନଥିଲେ। ଆଜି ସଦର ଥାନାରେ ଏକ ଲିଖିତ ଅଭିଯୋଗ କରିଛିନ୍ତି । ଏହି ଘଟଣା ନେଇ ନିଖୋଜ ମହିଳାଙ୍କ ସ୍ୱାମୀ ଚିନ୍ତା ବ୍ୟକ୍ତ କରିକହିଚନ୍ତି “ମୁଁ ତାଙ୍କୁ ବହୁ ଆଡେ ଖୋଜିଲି, କିନ୍ତୁ କୌଣସି ସନ୍ଦେଶ ମିଳିଲା ନାହିଁ। ମୁଁ ଥାନାକୁ ଅଭିଯୋଗ କରିଛି, ଅପେକ୍ଷା କରୁଛି ଯେ ପୋଲିସ ତଦନ୍ତ କରି ମୋର ସ୍ତ୍ରୀଙ୍କୁ ଖୋଜି ଦେବେ ବୋଲି ସେ କହିଛନ୍ତି। ସ୍ତ୍ରୀଙ୍କୁ ଗୁହାରୀ କହିଛନ୍ତି କି ତୁମେ ଘରକୁ ଚିଲାଆସା ପିଲାମାନେ ଜଗିବସିଛନ୍ତି। ମୁଁ ଭାଙ୍ଗି ପଡ଼ିଲିଣୀ, ପିଲାଙ୍କ ଦୁଃଖ ଦେଖି ମତେ ବହୁ କଷ୍ଟ ଲାଗୁଛି। ପିଲାଙ୍କୁ ଏକା ଛାଡ଼ି କାମଧନ୍ଦା କରି ଯାଇପରୁନାହି, ଫଳରେ ଘରେ ଟଙ୍କା ପଇସା ନାହିଁ। ମୁଁ ଜାଣିଛି ତୁମେ କାହା ସାଙ୍ଗରେ ଯାଇଛ, ତୁମେ ଫେରିଆସ ମୁଁ ତୁମକୁ ପୂର୍ବପରି ଗ୍ରହଣ କରି ଘରକୁ ଫେରାଇ ନେବି।