ବଡ ଭଉଣୀକୁ ହତ୍ୟା କଲା ସାନ ଭଉଣୀ

0 191

କୋଇଲା ବ୍ୟବସାୟୀ ଓ ମହିଳା କର୍ମଚାରୀଙ୍କ ହତ୍ୟା ମାମଲା ରେ ହତ୍ଯାକରୀ ଭଉଣୀ ସମେତ ୭ ଗିରଫ | ସହର ର ବହୁ ଚର୍ଚ୍ଚିତ ଡବଲ ମର୍ଡର ଘଟଣା ର ପର୍ଦ୍ଦାଫାଶ ହୋଇଛି। ଉଭୟ ସୁନ୍ଦରଗଡ ଓ ରାଉରକେଲା ପୋଲିସ ଏହି ରହସ୍ୟ ଖୁଲାସା କରିଛି। ଉଭୟ ଘଟଣା ରେ ମୃତ ମହିଳା ଙ୍କ ସାନ ଭଉଣୀ ମୁଖ୍ୟ ଅଭିଯୁକ୍ତ ଥିବା ବେଳେ ତା ସମେତ ୭ ଜଣ ହତ୍ଯାକରୀ ଙ୍କୁ ପୋଲିସ ଗିରଫ କରିଛି। ମୃତ ପାଶୁମାର୍ଥା ଦୀପା(୩୨) ହତ୍ୟା ରେ ବ୍ୟବହୃତ ମାରାଣାସ୍ତ୍ର ସମେତ ଦୀପା ର ମୋବାଇଲ୍ ଫୋନ୍ ଓ ମୃତ କୋଇଲା ବ୍ୟବସାୟୀ ବିନୋଦ ବାରୁକା(୬୪) ଙ୍କ ଦୁଇଟି ମୋବାଇଲ ଫୋନ, ଗୋଟିଏ ଇନୋଭା କାର, ଗୋଟିଏ କ୍ରେତା କାର ସମେତ ଅପରାଧ ରେ ବ୍ୟବହୃତ ମୋବାଇଲ ଓ ୩ଟି ସିମ୍ ଜବତ କରିଛି।ଦାଦା ବଟି ଆଦାୟ ରେ ବିଫଳ ହେବା ପରେ ଅପରାଧୀ ମାନେ ଦୁଇ ଦୁଇଟି ହତ୍ଯା କାଣ୍ଡ ଘଟାଇଥିବା ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାଏ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ରାଉରକେଲା ଏସପି ନୀତେଶ ଓ୍ବଧଓ୍ବନୀ ଓ ସୁନ୍ଦରଗଡ ଏସପି ପ୍ରତ୍ୟୁଷ ଦିବାକର, ବଣେଇ ଏସଡିପିଓ ଶିକ୍ଷାନିବେଶ ଆଇପିଏସ୍ ସୋନାଲି ସିଂ ପରମାର ଓ ଅତିରିକ୍ତ ଏସପି ପି ଏସ୍ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.